ମେଡିକାଲ ଭିତରେ ଆକ୍ରମଣ, ମା ଆଗରେ ପୁଅକୁ ମାରିଦେଲେ

ବଲାଙ୍ଗୀର -: ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।। ଏଠାରେ ମା ଓ ପୁଅଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି। ଆଜି ସକାଳୁ ସକାଳୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଏମ.ସି.ଏଚ କୋଠା ନିକଟରେ ସୁଦପଡାର ଜୟନ୍ତୀ ଦୋରା ଏବଂ ପୁଅ ଅଜୁ ଦୋରାଙ୍କୁ ଆକ୍ରମଣ କରାଯାଇଛି।

Advertisement

ଘଟଣାସ୍ଥଳ‌‌ରେ ଅଜୁର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ମା ଜୟନ୍ତୀ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ମା ଓ ପୁଅ ହସ୍ପିଟାଲରେ ଇଡଲି ବିକ୍ରି କରନ୍ତି। ଦୁଇଜଣ ଅଜଣା ଯୁବକ ଆକ୍ରମଣ କରିଥିବା ଜଣାପଡିଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!