ରୋଗକୁ କରନ୍ତୁ ବାଏ ବାଏ , ସୁସ୍ଥ ଜୀବନ ପାଇଁ ବଦଳାନ୍ତୁ ଖାଦ୍ୟ ଅଭ୍ୟାସ

Creat A Revolution
Happy family preparing healthy food together in kitchen Stock Photo by  nd3000

ବର୍ତ୍ତମାନ ସମୟରେ ରୋଗ ଏକ ସାଧାରଣ କଥା ହୋଇଗଲାଣି। ଦୈନ୍ୟନ୍ଦିନ ଜୀବନରେ ଭୁଲ ଖାଦ୍ୟପେୟ ଏବଂ ଶୋଇବାରେ ଠିକ୍ଠିକଣା ନରହିଲେ ଯେ ବିଭିନ୍ନ ପ୍ରକାରର ରୋଗ ମାଡ଼ି ବସେ ଏହା ଆପଣ ଅସ୍ବୀକାର କରିପାରିବେ ନାହିଁ। ବିଶେଷ କରି ହୃଦ୍ ରୋଗ ଆଜିକାଲିକା ସମୟ ପାଇଁ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ବରଂ ଯୁବ ବୟସ୍କ ବ୍ୟକ୍ତିଙ୍କ ଭିତରେ ବି ଏବେ ଏହି ରୋଗ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ହିଁ ଏହି ସମସ୍ୟାକୁ ଏଡ଼େଇ ଦେଇ ପାରିବା। ତେବେ ଆଜି ଆମେ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆମେ ହୃଦ୍ ରୋଗରୁ ମୁକ୍ତି ପାଇପାରିବା।

Advertisement

ଗାଜର ଖାଇବା ହୃତ୍ପିଣ୍ଡ ପାଇଁ ଖୁବ୍ ଭଲ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର କ୍ୟାରୋଟିନଏଡ୍ସ୍ ଥାଏ। ଏଥିରେ ଥିବା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ୍ ହୃଦ୍ ରୋଗୀଙ୍କ ପାଇଁ ଖୁବ୍ ଭଲ ହୋଇଥାଏ।

ବିଲାତି ବାଇଗଣ ଖାଇବା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଥିବା ଲାଇକୋଫିନ୍ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ।

ବ୍ରୋକୋଲି ଏକ ଖୁବ୍ ଭଲ ପରିବା। ଏଥିରେ ଥିବା ଭିଟାମିନ୍ ସି ହୃଦ୍ ରୋଗ ଦମନ କରିବା ପାଇଁ ଯଥେଷ୍ଟ। ଆପଣ ମଝିରେ ମଝିରେ ବ୍ରୋକଲିକୁ ମଧ୍ୟ ଭକ୍ଷଣ କରନ୍ତୁ।
ଯେତେ ପାରୁଛନ୍ତି ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା କେବଳ ହୃଦ୍ ରୋଗ ନୁହେଁ, ଆହୁରି ଅନେକ ପ୍ରକାର ରୋଗକୁ ଭଲ କରିଥାଏ।

ପିଆଜ ଓ ରସୁଣ ବି ହୃଦ୍ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଆପଣଙ୍କ ହୃଦ୍ ସମସ୍ୟା ଥିଲେ ଏହାକୁ ଭକ୍ଷଣ କରିପାରିବେ।

ଆଳୁରେ ପ୍ରଚୁର ପରିମାଣର ପଟାସିୟମ ଅଛି। ତେଣୁ ଆଳୁ ଖାଇବା ଦ୍ବାରା ହୃଦ୍ ରୋଗ ସହ ରକ୍ତ ଚାପ ବି ନିୟନ୍ତ୍ରଣରେ ରହିଥାଏ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights