ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ଶଙ୍ଖାମେରୀକୁ ହରାଇ ପଙ୍କାଳ ସେମିରେ …

Creat A Revolution

ତିଗିରିଆ – ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡିୟମରେ ଆସୋସିଏସନ ଦିବ୍ୟଜ୍ୟୋତି ଆନୁକୂଲ୍ୟରେ ଚାଲିଥିବା ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଂଟ ର ଆଜିର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଶଙ୍ଖାମେରୀ ର ବାପୁଜି ଫୁଟବଲ କ୍ଳବ କୁ ୨-୦ ଗୋଲ ରେ ପଙ୍କାଳ ର ଯୁବଜ୍ୟୋତି ଫୁଟବଲ କ୍ଳବ ପରାସ୍ତ କରି ଟୁର୍ଣ୍ଣାମେଂଟ ର ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି। ଆଜିର ଏହି ମ୍ୟାଚରେ ପଙ୍କାଳ ଦଳ ତରଫରୁ ଖେଳ ର ପ୍ରଥମାର୍ଧ ର ୧୦ ମିନିଟରେ ଓ ଦ୍ଵିତୀୟାର୍ଦ୍ଧ ର ୫ ମିନିଟ ରେ ୧୧ ନମ୍ବର ଜର୍ସି ପିନ୍ଧିଥିବା ଖେଳାଳୀ ସଲାମତ ଖାଁ ଦୁଇଟି ଯାକ ଗୋଲ କରି ଦଳର ବିଜୟ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଶଙ୍ଖାମେରୀ ଦଳ ତରଫରୁ ଗୋଲ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ପଙ୍କାଳ ଦଳର ଶକ୍ତିଶାଳୀ ଡିଫେନ୍ସକୁ ଭେଦ କରିବାରେ ଦଳ ସକ୍ଷମ ହୋଇନଥିଲା ମ ଗୋଲ ସ୍କୋର କରିଥିଲେ।

Advertisement

ପରେ ପ୍ରଥମାର୍ଦ୍ଧରେ ଉଭୟ ଦଳ ପରସ୍ପର ଉପରେ ଗୋଲ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବେ ଆଠଗଡ ବିକାଶ ମଞ୍ଚ ର ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ସମାଜସେବୀ ପ୍ରଦ୍ୟୁମ୍ନ ଦାଶ ଯୋଗଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଆଜିର ଖେଳରେ ଉନ୍ନତ ପ୍ରଦର୍ଶନ କରିଥିବା ପଙ୍କାଳ ଦଳର ସଲାମତ ଖାଁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ସଞ୍ଜୀବ ଦାସ ଖେଳ ପରିଚାଳନା କରିଥିବାବେଳେ ତାଙ୍କୁ ଲାଇନ୍ସ ରେ ବ୍ରହ୍ମାନନ୍ଦ ଭୋଇ ଓ ସିଲୁ ପ୍ରଧାନ ସହାୟତା ଯୋଗାଇ ଦେଇଥିଲେ।ଚତୁର୍ଥ ରେଫରୀ ଭାବେ ସୁବାସ ଚନ୍ଦ୍ର ମୁଦୁଲି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।ଆସନ୍ତା କାଲି ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଭୁବନେଶ୍ୱର ଗଣ୍ଡରପୁର ର ୟୁନାଇଟେଡ଼ ଫୁଟବଲ କ୍ଳବ ଓ ଆୟୋଜକ ପାଞ୍ଚଗାଁର ଆଞ୍ଚଳିକ ଆଥଲେଟିକ ଆସୋସିଏସନ ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ଦିବ୍ୟ ଜ୍ୟୋତି କ୍ଳବର ସଭାପତି ତପନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଅତିଥି ଚୟନ ନେଇ ଖେଳ ରେ ହୋଇଥିବା ରାଜନୀତି ଯୋଗୁଁ ସ୍ଥାନୀୟ ଶାସକ ଦଳର ଚାପରେ ପ୍ରଶାସନ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ପାଞ୍ଚଗାଁ ମିନି ଷ୍ଟାଡିୟମରେ ୧୪୪ ଧାରା ଜାରି କରାଯାଇଥିଲା। ଏହାକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା। ପରେ ଆୟୋଜକଙ୍କ ପକ୍ଷରୁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରାକୁ ଅମାନ୍ୟ କରି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପରେ ଏହି ଘଟଣାରେ ପୂର୍ବ ଅଭିଯୋଗକାରୀ ପାଞ୍ଚଗାଁ ପଞ୍ଚାୟତ ର ସରପଞ୍ଚ ନିରଞ୍ଜନ ଦଳେଇ ତିଗିରିଆ ଥାନାରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା କୁ ଅମାନ୍ୟ କରି ଖେଳ ଆୟୋଜନ କରାଯାଇଥିବାରୁ ଆଇନ ଅମାନ୍ୟ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ସରପଞ୍ଚ ଶ୍ରୀ ଦଳେଇଙ୍କ ଅଭିଯୋଗକୁ ଆଧାର କରି ତିଗିରିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights