ନୂଆପାଟଣାରେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବୁଣାକାର ମାନଙ୍କୁ ତନ୍ତ ସାମଗ୍ରୀ ସହାୟତା ବଣ୍ଟନ …

ତିଗିରିଆ – ସହକାରୀ ବୟନ ନିର୍ଦେଶକ ଆଠଗଡଙ୍କ ସଂଯୋଜନାରେ ତଥା ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ଜରିଆରେ ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତ ସ୍ଥିତ ନୂଆପାଟଣା ବୁଣାକାର ସମିତି ସହଯୋଗରେ ଅଞ୍ଚଳର ଶତାଧିକ ବୁଣାକାର ମାନଙ୍କୁ ତନ୍ତ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ବୁଣାକାର ମାନଙ୍କୁ ତନ୍ତ ସାମଗ୍ରୀ ବଣ୍ଟନ କରିଥିଲେ। ନିଜ ଅଭିଭାଷଣ ରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ରାଜ୍ୟ ସରକାରଙ୍କ ତରଫରୁ ବୁଣାକାର ମାନଙ୍କ ଆର୍ଥିକ ଉନ୍ନତି ପାଈଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୁଷ୍ଟି ସମ୍ପର୍ଣ୍ଣ ଯୋଜନା ବିଶେଷ ଲାଭବାନ ହୋଇଥିବା ବେଳେ ଆଗାମୀ ଦିନରେ ଅଞ୍ଚଳର ବୁଣାକାର ମାନେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ କିପରି ଅଧିକରୁ ଅଧିକ ସୁବିଧା ପାଇ ପାରିବେ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisement

ଆଜିର ଏହି ବଣ୍ଟନ କାଯ୍ୟକ୍ରମରେ ୬୪ ଜଣ ବୁଣାକାର ଙ୍କୁ ତନ୍ତ ,୪୨ ଜଣଙ୍କୁ ତନ୍ତ ସରଞ୍ଜାମ ,୫୫ ଜଣଙ୍କୁ ସୁତା ବୁଲା ମେସିନ , ୨ ଜଣଙ୍କୁ ରଙ୍ଗ ସରଞ୍ଜାମ , ୪ ଜଣଙ୍କୁ ଡବି , ୨ ଜଣଙ୍କୁ ବାନ୍ଧ ତିଆରି ଅରଟ , ୭ ଜଣଙ୍କୁ ପହୁଡ଼ ଗାତ , ୩୨୬ ଜଣଙ୍କୁ ଚଷମା , ୮୩ ଜଣଙ୍କୁ ୟୁନିଭେଟର ସହ ଅଞ୍ଚଳ ର ମୋଟ ୫୮୫ ଜଣ ବୁଣାକାର ମାନଙ୍କୁ ୪୦ଲକ୍ଷ ୭୨ହଜାର ୨୦୦ଟଙ୍କା ର ସହାୟତା ରାଶି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦାନ କରିଥିଲେ l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ତିଗିରିଆ ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ ଭାଗିରଥି ନନ୍ଦ, ନୂଆପାଟଣା ସମବାୟ ସମିତିର ସଭାପତି ଧ୍ରୁବଚରଣ ଦାସ,ଦୁଇ ନମ୍ବର ତନ୍ତୁ ସମବାୟ ସମିତି ର ସଭାପତି ପ୍ରସନ୍ନ ଗୁଇଁ, ଆଠଗଡ ସହକାରୀ ବୟନ ଶିଳ୍ପ ନିର୍ଦେଶକ ଶ୍ରୀକାନ୍ତ ନାୟକ, ସୁପରଭାଇଜର ଦାମୋଦର ବେହେରା ପ୍ରଭୁତି ଯୋଗଦେଇ ତନ୍ତ ସାମଗ୍ରୀ ବଣ୍ଟନ କାଯ୍ୟକ୍ରମରେ ସହଯୋଗ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!