ଧର୍ମଗଡ(ଗଣେଶରାମ ବାଗ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମଣ୍ଡଳ ପଞ୍ଚାୟତ ଭାଟିଗାଁର ଗିରିଧାରୀ ପରାଭୋଇଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ଗିରିଧାରୀଙ୍କ ପରିବାର କହିଲେ ୨ଟି ସ୍ତ୍ରୀ ରେବତୀ ଓ ସାବିତ୍ରୀ ଏବଂ ଏକମାତ୍ର ଝିଅ ଚଞ୍ଚଳା । ପୂର୍ବରୁ ଗିରିଧାରୀ ପରାଭୋଇ ଆଖି ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିବାକୁ ଯାଇ ଅନ୍ଧ ହୋଇଗଲେ। ଗିରିଧାରୀ ଜଣେ ହିଁ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଗରିବ ଶ୍ରେଣୀ ଗିରିଧାରୀ କୌଳିକ ବୃତ୍ତି ଲୋହରା କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଦୃଷ୍ଟି ହରାଇବା ପରେ ସବୁ ରୋଜଗାର ବନ୍ଦ ହୋଇଗଲା। ଝିଅ ଦଶମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଆଗକୁ ପଢ଼ିପାରିଲେ ନାହିଁ । କୁଲି ମଜୁରୀ କରି ପରିବାରକୁ ପ୍ରତି ପୋଷଣ କରୁଥିଲେ ।
ଝିଅ ପ୍ରାପ୍ତ ବୟସ୍କା ହେବା ପରେ ବିବାହ ଦେବା ପାଇଁ ବାପାମା’ଙ୍କ ଚିନ୍ତା ବଢିଲା। ଏମିତି ପରିସ୍ଥିତିରେ ଗିରିଧାରୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ପରିବାର ପୁରୁଷଶୂନ୍ୟ ହୋଇଗଲା। ଝିଅ ଉପରେ ଦୁଇ ବୃଦ୍ଧା ମା’ଙ୍କ ବୋଝ । ସେଥିରୁ ପୁଣି ଜଣେ ରୋଗିଣା। ତେଣୁ ଝିଅ ଚଞ୍ଚଳା ସମସ୍ତଙ୍କୁ ହାତଯୋଡ଼ି ଗୁଜୁରାଣ ମେଣ୍ଟାଇବା ପାଇଁ ସହାୟତା ଲୋଡୁଛନ୍ତି । ଖବର ପାଇ କଲମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି , ବି.ଏସ.ଏସ.ଓ ଖିତିଶୂତା ମେହେର , ଜଳ ପରିମଳ ବିଭାଗ ସଂଯୋଜକ ମୋତିରାମ ସେଟ୍, ମଣ୍ଡଳ ଜିଆରଏସ ଚୈତନ୍ୟ ପାନ, କନିଷ୍ଠ ସହାୟକ ରବୀନ୍ଦ୍ର ବେହେରା ପ୍ରମୁଖ ମୃତ ଗିରିଧାରୀଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Discover more from bnslive.in
Subscribe to get the latest posts sent to your email.