ନର୍ଲା ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ

Creat A Revolution

ନର୍ଲା -: କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ଡାଳୁଆ ଯୋଗଦାନ କରି ଦୀପ ପ୍ରଜ୍ବଳନ କରିଥିଲେ।

Advertisement

ବିଦ୍ୟାଳୟର ପ୍ରାର୍ଥନା ସମାପନ ହେବା ପରେ ଶିକ୍ଷୟତ୍ରୀ କ୍ରିଷ୍ଣାମୟୀ ହୋତା, ଦୟାନିଧି ଡାଳୁଆଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ବରିଷ୍ଠ ଗୁରୁ ଭାବରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ସାରଥି ନାୟକ, ସମ୍ପାଦକ ଅଜୟ କୁମାର ନାଏକ, ପରିଚାଳନା ସମିତିର ସଦସ୍ୟା ଅନ୍ନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights