ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକଙ୍କ ଚରମ ପଦକ୍ଷେପ

Creat A Revolution

ବାଲିଗୁଡା (ଜ୍ୟୋତିପ୍ରକାଶ ସାମନ୍ତରାୟ)-: ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକଙ୍କ ଚରମ ପଦକ୍ଷେପ । ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କଞ୍ଜାମେଣ୍ଡି ଅଞ୍ଚଳରେ । ମୃତକ କଞ୍ଜାମେଣ୍ଡି ଗ୍ରାମର ଯୁବକ ସଞ୍ଚୁସ୍ ଦିଗାଳ ହୋଇଥିବା ଜଣାପଡ଼ିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଞ୍ଜାମେଣ୍ଡି ଗ୍ରାମର ଜଣେ ଯୁବତୀଙ୍କ ସହ ସଞ୍ଜୁସଙ୍କର ସମ୍ପର୍କ ଥିଲା ।

Advertisement

ଗତ ଅଗଷ୍ଟ ୧୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଥିଲେ । ଘଟଣାପରେ ସଞ୍ଚୁସ୍ ମାନସିକ ଚାପରେ ଥିଲେ ଏବଂ ଗତକାଲି ଏଭଳି ଚରମ ନିଷ୍ପତି ନେଇ ନିଜ ଘରଠାରୁ ୫୦୦ ମିଟର ଦୂରରେ ଥିବା ଗଜମାହା ଜଙ୍ଗଲରେ ଏକ ମହୁଲ ଗଛରେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଥିବା କୁହାଯାଉଛି । ଗାଁ ଲୋକଙ୍କ ଠାରୁ ଖବରପାଇ କ.ନୁଆଗାଁ ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତକଙ୍କ ସମ୍ପର୍କୀୟଙ୍କ ସହାୟତାରେ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି କ.ନୁଆଗାଁ ପୋଲିସ୍ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights