ଖରାପ ନେଟଓ୍ଵାର୍କ ଯୋଗୁ ଫୋନ କରିବାରେ ଅସୁବିଧା ହେଉଛି, ନିଜ ମୋବାଇଲରେ ଏଭଳି ସେଟିଂ କରନ୍ତୁ …

Creat A Revolution

ବେଳେ ବେଳେ ଖରାପ ନେଟ୍‌ଓ୍ଵାର୍କ ଯୋଗୁ କଲ କରିବାରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ । ଏଥିପାଇଁ ବହୁବାର କଲ ଡ୍ରପ ହୋଇଯାଇଥାଏ । ହେଲେ ଏହି ଅସୁବିଧାକୁ ଦୂର କରାଯାଇ ପାରିବ । ଏଥିପାଇଁ ଆପଣଙ୍କୁ ଫୋନରେ ଓ୍ଵାଇ ଫାଇ କଲିଂ ଫିଚର ଅନ କରିବାକୁ ପଡିବ । ଓ୍ଵାଇଫାଇ କଲିଂ ସୁବିଧା ଟେଲିକମ ଅପରେଟରସ ଭାରତରେ ମଧ୍ୟ ଦେଇଛନ୍ତି । ଏହି ଟେକ୍‌ାନୋଲୋଜି ଦ୍ୱାରା କମ ନେଟଓ୍ଵାର୍କ ସ୍ଥାନରେ ଓ୍ଵାଇ ଫାଇ କଲିଂ ସପୋର୍ଟରେ ବିନା ରୁକିବାରେ କଥା ହୋଇପାରିବେ ।

Advertisement

କ’ଣ ଓ୍ଵାଇ ଫାଇ କଲିଂ

ଓ୍ଵାଇ ଫାଇ ନେଟଓ୍ଵାର୍କରେ ଭଏସ କଲ ବା ଭିଡିଓ କଲ କରାଯାଇ ପାରିବ । ଏହାଦ୍ୱାରା ଟେଲିକମ ଅପରେଟରର୍ସ ୟୁଜର୍ସକୁ ନେଟଓ୍ଵର୍କ ସ୍ଥାନରେ ଇଣ୍ଟରନେଟ ଦ୍ୱାରା କଲ କରିବାର ସୁବିଧା ଦେଇଥାଏ । ତେଣୁ ଯଦି କେଉଁଠି ନେଟଓ୍ଵର୍କ କଭରେଜ କମ ଥାଏ, ସେଠାରେ କଲିଂରେ କଥା ହେବାର କ୍ଲିଅର ଭଏସ ଆପଣ ପାଇ ପାରିବେ ।

କେମିତି ଅନ୍‌ କରିବେ ଓ୍ଵାଇ ଫାଇ

ସବୁ ସ୍ମାର୍ଟ ଫୋନରେ ଓ୍ଵାଇ ଫାଇ ସପୋର୍ଟ ମିଳି ନଥାଏ । ତେଣୁ ପ୍ରଥମେ ଆପଣଙ୍କୁ ଦେଖିବାକୁ ହେବ ଆପଣଙ୍କ ଫୋନରେ ଏହି ସୁବିଧା ଅଛି କି ନାହିଁ । ଫଳରେ ଆପଣ ଫୋନର ସେଟିଂ କୁ ଯାଇ ଓ୍ଵାଇ ଫାଇ ଅନ୍‌ କରିପାରିବେ । ଏହି ସୁବିଧା ସମସ୍ତ ଆଣ୍ଡ୍ରଏଡ ଫୋନରେ ଦିଆଯାଇଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights