ଝିଅ ବାହାଘର ପାଇଁ ଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଡକାୟତ …

Creat A Revolution

ରାୟଗଡ଼ା -: ଝିଅ ବାହାଘର ପାଇଁ ଘରେ ଥିବା ନଗଦ ଟଙ୍କା, ସୁନା ଓ ରୂପାକୁ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଘଟିଛି ଏହି ଚୋରି। ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ନଗଦ ସାଢ଼େ ୩ ଲକ୍ଷ ଟଙ୍କା ସହ ୨ ତୋଳା ସୁନା, ୨ କେଜି ରୂପା ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ରାୟଗଡ଼ା ପୁଲିସ୍ ଡଗ୍ ସ୍କ୍ବାର୍ଡ ସହ ପହଞ୍ଚି ଚୋରିର ତଦନ୍ତ ଆରମ୍ଭ କରିଛି। ସାଇପ୍ରିୟା ନଗର ପଞ୍ଚମ ଲାଇନରେ ରହୁଛନ୍ତି ବାଳକୃଷ୍ଣ ଦାଶ ଓ ସ୍ମିତା ଦାଶ। ଆଗକୁ ଝିଅ ବାହାଘର ଥିବାରୁ ସୁନା, ରୂପା ଗହଣା ସହ ଘରେ ନଗଦ ଟଙ୍କା ରଖିଥିଲେ। ସୋମବାର ବାଳକୃଷ୍ଣ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସ୍ମିତା ନିଜ ଭଉଣୀ ଘରକୁ ଯାଇଥିଲେ।

Advertisement

ରାତିରେ ଉଭୟେ ଘରକୁ ଫେରିନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରର ଗ୍ରିଲ୍ ତାଡି ଭିତରେ  ପଶି ଦୁଇଟି ଆଲମିରା ଭାଙ୍ଗି ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଦୁଇତୋଳା ସୁନା ଗହଣା ସହିତ ଦୁଇ କେଜିରୁ ଉର୍ଦ୍ଧ ରୁପା ଗହଣା ଚୋରି କରି ନେଇଥିଲେ।  ଆଜି ସକାଳେ ଘର ମାଲିକାଣି ସ୍ମିତା ଦାସ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣି ରାୟଗଡ଼ା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାୟଗଡା ପୋଲିସ, ଡଗ୍ ସ୍କ୍ୱାର୍ଡ ଏବଂ ସାଇଣ୍ଟିିକ ଟିମ୍  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସହରରେ ବାରମ୍ବାର ଚୋରି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଛି। ରାତ୍ରି ପାଟ୍ରୋଲିଂ କଡାକଡି ସହ ସହରରେ ବୁଲୁଥିବା ସନ୍ଧିଗ୍ଧ ଲୋକଙ୍କ ଉପରେ ପୋଲିସ୍ ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights