ଭିରୁଡାରେ ହାତୀଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଫସଲ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତରେ ଗତକାଲି ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ୩/୪ ଟି ବଣୁଆ ହାତୀ ଆସି ଗ୍ରାମର ଅନେକ ଚାଷୀଙ୍କ ଆଖୁ, ମକା ସହ ଅନ୍ୟାନ୍ୟ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ସ୍ଥାନୀୟ ବନବିଭାଗ ପକ୍ଷରୁ ନାଇଟ ପାଟ୍ରୋଲିଂ ଠିକରେ କରାଯାଉନଥିବାରୁ ଦିନକୁ ଦିନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

Advertisement

ଘଟଣାରୁ ପ୍ରକାଶ ଯେ ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ବନ୍ଧମାଳ ଅଞ୍ଚଳରେ ଆଖୁ ଚାଷ କରିଥିବା ଗ୍ରାମର ସୁମନ୍ତ କୁମାର ବସ୍ତିଆ ଙ୍କର ପ୍ରାୟ ୧ ଏକର ଆଖୁ ବିଲ ,ନରୋତ୍ତମ ରାଉତ ଙ୍କର ୫ ଗୁଣ୍ଠ ମକା ବିଲ,ବିପିନି ବସ୍ତି ଙ୍କର ପ୍ରାୟ ୫ ଗୁଣ୍ଠ ଆଖୁ ବିଲ ସହ ଗ୍ରାମର ଅନ୍ୟାନ୍ୟ ଚାଷୀଙ୍କର ଚାଷଜମି ହାତୀ ଆସି ଦଳି ଚକଟି ନଷ୍ଟ କରିଦେଇଥିବା ଜଣାପଡିଛି।ଫଳରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଫସଲ କରିଥିବା ଚାଷୀ ଙ୍କର ଏହି କ୍ଷତି ଯୋଗୁ ସେମାନେ ମୁଣ୍ଡରେ ହାତ ଦେଇ ବସିଥିବା ଜଣାପଡିଛି।ସ୍ଥାନୀୟ ବନବିଭାଗ ର ଅପାରଗତା କାରଣରୁ ଅଞ୍ଚଳରେ ଦିନକୁ ଦିନ ହାତୀ ମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି।ଫଳରେ ସ୍ଥାନୀୟ ଜନସାଧାରଣ ଙ୍କ ସମେତ ପ୍ରଭୁତ କ୍ଷତି ସହୁଥିବା ଜଣାପଡିଛି।ତେଣୁ ଯଥାଶୀଘ୍ର କ୍ଷୟକ୍ଷତି ହୋଇଥିବା ଚାଷୀ ଙ୍କର କ୍ଷତି ର ଆକଳନ କରି ସେମାନଙ୍କୁ ସଙ୍ଗେ ସଙ୍ଗେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!