ପ୍ରଥମ କିରଣ ସ୍ମାରକୀ କ୍ରିକେଟ, ଆଠଗଡକୁ ହରାଇ ଢେଙ୍କାନାଳ ସେମିଫାଇନାଲରେ …

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆ ରେ ସୋମପଡା ର ପୂର୍ବତନ ଖେଳାଳୀ ଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବ ର ସଦସ୍ୟ ଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର କ୍ରିକେଟ ଆସୋସିଏସନ ର ସଦସ୍ୟ ଙ୍କ ମିଳିତ ସହଯୋଗରେ ଆଠଟି ଦଳ କୁ ନେଇ ଅନୁଷ୍ଠିତ ପ୍ରଥମ କିରଣ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଆଜିର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଆଠଗଡ ର ଷ୍ଟାର କ୍ରିକେଟ କ୍ଳବ କୁ ଢେଙ୍କାନାଳ ର କିଆଝର କ୍ରିକେଟ କ୍ଳବ ୪ ଉଇକେଟ ରେ ପରାସ୍ତ କରି ସେମିଫାଇନାଲ ରେ ପ୍ରବେଶ କରିଛି।ଆଠଗଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୯ ଟି ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ଶରତ ବେହେରା ୪୧ ଟି ବଲ ରୁ ୫୪ ଓ ଦୁର୍ଗା ଦାସ ୧୨ ବଲ ରୁ ୩୨ ରନ ସଂଗ୍ରହ କରିଥିଲେ।

Advertisement

ଢେଙ୍କାନାଳ ଦଳ ତରଫରୁ ବୋଲିଂରେ ଗିରିଶ ନାୟକ ୪୫ ରନ ବିନିମୟରେ ୫ ଟି ଓ ଜଗଦୀଶ ଖଟୁଆ ୪୨ ରନ ବିନିମୟରେ ୨ ଟି ଉଇକେଟ ଅକ୍ତିଆର କରିଥିଲେ।ଜବାବରେ ଢେଙ୍କାନାଳ ଦଳ ୬ ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।ଦଳ ତରଫରୁ ସୌମ୍ୟରଞ୍ଜନ ପଣ୍ଡା ୩୦ ଟି ବଲରୁ ୫୮ ଓ ଜେଡି ରାଉତ ୧୨ ଟି ବଲ ରୁ ୪୮ ରନ ସଂଗ୍ରହ କରିଥିଲେ।ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମକରଧ୍ୱଜ ପଣ୍ଡା ଓ ସନାତନ ପଣ୍ଡା ଯୋଗଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଢେଙ୍କାନାଳ ଦଳର ଖେଳାଳୀ ସୌମ୍ୟରଞ୍ଜନ ପଣ୍ଡା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ଖେଳ କୁ ଅମ୍ପାୟାର ଭାବେ ସଲିପ ସାମନ୍ତରାୟ ଓ ଦୁର୍ଯ୍ୟୋଧନ ପ୍ରଧାନ ପରିଚାଳନା କରିଥିବାବେଳେ ଖେଳ ର ଧାରା ବିବରଣୀ ଦେବାଶିଷ ଓ ସ୍ବଦେଶ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!