“ପଢ଼ନା ଲିଖନା’ କାର୍ଯ୍ୟକ୍ରମ, ସ୍ୱେଛାସେବୀ ତାଲିମ ଶିବିର ଉଦ୍‌ଯାପିତ

Creat A Revolution

କୋକସରା -: ରାଜ୍ୟ ସାକ୍ଷାରତା ମିଶନ ପକ୍ଷରୁ ୧୫ ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ଙ୍କୁ ମୌଳିକ ଓ ବ୍ୟବହାରିକ ଶିକ୍ଷା ବା ସାକ୍ଷରତା ପ୍ରଦାନ ନିମନ୍ତେ କୋକସରା ବ୍ଲକ ର ୧୧ ଗୋଟି କ୍ଲଷ୍ଟର ରେ ଗତ ୨ଦିନ ଧରି ଚାଲିଥିବା “ପଢ଼ନା ଲିଖନା’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଛାସେବୀ ସହାୟକ ମାନଙ୍କୁ ତାଲିମ ପ୍ରଦାନ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଛି । ବ୍ଲକର ୧୧ ଗୋଟି କ୍ଲଷ୍ଟର ରେ ସ୍ୱେଛାସେବୀ ତାଲିମ ପାଇ ନବ ସାକ୍ଷର ଓ ପାଠଛାଡି ଘରେ ରହିଥିବା ଶିକ୍ଷାର୍ଥୀ ଙ୍କୁ ସ୍କୁଲ ଶିକ୍ଷା ର ସମତୁଲ ଶିକ୍ଷା ପ୍ରଦାନ ଓ ଜୀବନ ବ୍ୟାପି ଶିକ୍ଷାରେ ସାମିଲ କରି ଏକ ବ୍ୟବହାରିକ ସାକ୍ଷର ସମାଜ ଗଠନ ପାଇଁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ଉପସ୍ଥିତ ସ୍ୱେଛାସେବୀ ମାନେ କହିଥିଲେ । ଉଦ୍‌ଯାପନୀ ଦିବସରେ ଅତିଥି ଭାବେ କୋକସରା ବିଇଓ ରମାକାନ୍ତ ଦାସ, ବିଆର୍‌ସିସି ତୋଫାନ ମାଝୀ, ସାକ୍ଷର ଭାରତ କାର୍ଯ୍ୟକ୍ରମ ର ବ୍ଲକ ସଂଯୋଜକ କ୍ଷୀରସିନ୍ଧୁ ନେଗୀ, ମୋଟେର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭୁବନେଶ୍ୱର ଛତ୍ରିଆ, ତାଲିମ ଦାତା ଦିଲୀପ କୁମାର ସାହୁ, କୋକସରା ସଂଯୋଜକ ବୈକୁଣ୍ଠ ଜାଲ, ଲଡ଼ୁଗାଁ ସଂଯୋଜକ ଗୋବର୍ଦ୍ଧନ ବେମାଲ, କାଉଡୋଳା ସଂଯୋଜକ ସୁମନ୍ତ ଠାକୁର ପ୍ରମୂଖ ଉପସ୍ଥିତ ରହି ସମସ୍ତ ସ୍ୱେଛାସେବୀ ଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ । ପ୍ରେରକ ସଞ୍ଜୀବ ସାହୁ, ଗାୟତ୍ରୀ ଠାକୁର, ଆଲୋକ ବିଶି, ହିରଣ୍ୟ ବେହେରା, ପ୍ୟାରିଲାଲ ପଟେଲ, ପୁନିଆ ରଞ୍ଜନ ନାଗ ପ୍ରମୁଖ ତାଲିମ ଶିବିର ରେ ସହଯୋଗ କରିଥିଲେ ।

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights