ଭାଗବତ ଟୁଙ୍ଗିରେ ମୀନ ସଂକ୍ରାନ୍ତି ପାଳନ

ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) -:ପ୍ରତିବର୍ଷ ଭଳି ପାଳିତ ହୋଇଆସୁଥିବା ମୀନ ସଂକ୍ରାନ୍ତି ଅବସରରେ ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଛେଲିଆମାଲ ସ୍ଥିତ ଶ୍ରୀ ମାଁ ସରସ୍ୱତୀ ଭାଗବତ ଟୁଙ୍ଗି ଠାରେ ଗ୍ରାମବାସୀ ମୀନସଂକ୍ରାନ୍ତି ପାଳନ କରିଆସୁଛନ୍ତି । ଆଜି ମଧ୍ୟ ମୀନ ସଂକ୍ରାନ୍ତି ମହୋତ୍ସବ ଗ୍ରାମ ର ଭଦ୍ରବ୍ୟକ୍ତି, ସରପଞ୍ଚ ତଥା ୱାର୍ଡ ମେମ୍ବର ମାନଙ୍କୁ ନେଇ ମହା ସମାରୋହରେ ପାଳନ କରାଯାଇଥିଲା ।ଏଇ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ଭଉଣୀ ଭକ୍ତ ଭାବରେ ଯୋଗଦାନ କରି ତାଙ୍କ ଚରଣାବିନ୍ଦରେ ଆଶ୍ରିତ ପାଇଁ କାମନା କରିଥିଲେ । କର୍ତ୍ତା ଭାବେ ମାଁ ସରସ୍ଵତୀ ଭାଗବତ ଟୁଙ୍ଗି ର ସଭାପତି ଶାନ୍ତି ଲାଲ ପ୍ରଧାନ ସହଧର୍ମିଣୀ ବାସନ୍ତୀ ପ୍ରଧାନ ସମସ୍ତ ପୂଜାବିଧି ର ଦାୟିତ୍ଵ ତୁଲାଇଥିବାବେଳେ,ପୂଜକ ଭାବେ ବସୁଦେବ ସାହା ନିଷ୍ଠାପର ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!