ବାପ ହତ୍ୟାର ପ୍ରତିଶୋଧ ନେଲା ପୁଅ, ପୁରୀରେ ବିଗିଡିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି

ପୁରୀ -: ପୁରୀରେ ବିଗୁଡିଛି ଆଇନଶୃଙ୍ଖଳା ପରିସ୍ଥିତି । ପୋଲିସ ଉପରେ ଭରସା ତୁଟିବାରେ ଲାଗିଲାଣି ଯାହା ଗୁନସିଂହାରୀ ଘଟଣାରେ ଦେଖିବାକୁ ମିଳିଛି । ଗୁନ ସିଂହାରୀଙ୍କ ଭାଇ ଓ ପୁଅ ହତ୍ୟାର ପ୍ରତିଶୋଧ ନେଇଥିବା ଜଣାଯାଇଛି ।ଗତକାଲି ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡର ମାମଲାରେ ସମ୍ପୃକ୍ତ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ ହତ୍ୟା କରାଯାଇଛି ।

Advertisement

ଗତକାଲି ବାରବାଟୀ ଜାଗାର ଉନ୍ନତିମୂଳକ କାର୍ଯ୍ୟ ଦାୟିତ୍ୱରେ ଥିବା କୃଷ୍ଣଚନ୍ଦ୍ରଙ୍କୁ ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ । ତାପରେ ସେମାନେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇଙ୍କୁ କହିଥିଲେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କର ଶପଥ ପୂରଣ ହୋଇଛି ।


ସୂଚନାଯୋଗ୍ୟ, କାଳିଆ ସିଂହାରୀ ହେଉଛନ୍ତି ଗୁନ ସିଂହାରୀଙ୍କ ଭାଇ ଓ ଦୋଳଗୋବିନ୍ଦ ହେଉଛନ୍ତି ଗୁନ ସିଂହାରୀଙ୍କ ପୁଅ । ଏକଥା କହିବା ପରେ ସେମାନେ ବାଇକରେ ସେଠାରୁ ଚାଲି ଯାଇଥିଲେ । ସେମାନଙ୍କ ହାତରେ ସେତେବେଳେ ବନ୍ଧୁକ ଥିଲା । ତେଣୁ ଆଉ କେହି କିଛି କରିବା ପାଇଁ ସାହାସ କରିନଥିଲେ । ଏହି କଥା ଥାନାରେ ଦିଆଯାଇଥିବା ଏତଲାରେ ମଧ୍ୟ ଉଲ୍ଲେଖ ରହିଥିବା ଜଣାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁନ ସିଂହାରୀଙ୍କ ଭାଇ ଓ ଦୋଳଗୋବିନ୍ଦ ହତ୍ୟା ଘଟଣାର ପ୍ରତିଶୋଧ ନେଇଛନ୍ତି ।
ସୂଚନାଯୋଗ୍ୟ, ପୁରୀର ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁଲିସ ଗିରଫ କରିଥିଲା । କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ତେବେ ଏହି ଘଟଣା ସହ ତାଙ୍କର ହତ୍ୟାର ସଂଯୋଗ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ କେଉଁ କାରଣରୁ ସେବାୟତ ଜଣକୁ ହତ୍ୟା କରାଯାଇଛି ତାହାର ତଦନ୍ତ କରୁଛି ପୁଲିସ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!