କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୧୯ ଶନିବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ : ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ଭାଷା ଓ ବ୍ୟବହାର ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ମିଳିବ ।

Advertisement

ବୃଷ : ଭାଗ୍ୟ, କର୍ମାଭିମୁଖୀ ହୋଇପାରେ । ଆଦର୍ଶ ବ୍ୟକ୍ତିତ୍ୱଯୁକ୍ତ ହେବେ । ସହିବା ଗୁଣ ଅଧିକ ହେବ । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନାଗମ ହେବ ।

ମିଥୁନ : ସାଧନା ଫଳବତୀ ହେବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ । ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ । ଧନସମ୍ପଦ ଭରପୂର ରହିବ । ସୁସ୍ୱାଦୁ ଭୋଜନ ମିଳିବ ।

କର୍କଟ : କର୍ମଚଞ୍ଚଳ ରହିପାରନ୍ତି । ଛଳନାପୂର୍ଣ୍ଣ କଥାରେ ସାମୟିକଭାବେ ପରକୁ ଆପଣାର କରିପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ମୋହବତ୍‌ରେ ପଡ଼ି ଧନ ବ୍ୟୟ କରିପାରନ୍ତି ।

ସିଂହ : ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି ।

କନ୍ୟା : କର୍ମଚଞ୍ଚଳ ରହିବେ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହଶ୍ରଦ୍ଧା ରହିବ ।

ତୁଳା : ଚେଷ୍ଟା ଶୁଭପ୍ରଦ ହେବ । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗୀ ଓ ବିଳାସୀ ହେବେ । ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି ।

ବିଛା : ପ୍ରତିଶୋଧ ପରାୟଣ ମନୋବୃତ୍ତି ଗ୍ରହଣ କରିପାରନ୍ତି । ଅଧିକ ପରିଶ୍ରମ ହେତୁ କ୍ଲାନ୍ତି ଅନୁଭବ କରିବେ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଗୁଣୀ, ଜ୍ଞାନୀ ବ୍ୟକ୍ତିଙ୍କଠାରୁ ଆଶ୍ୱାସନା ମିଳିବ ।

ଧନୁ : ସେବା-ଧର୍ମରେ ଉଦ୍‌ବୃତ୍ତ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ । ବ୍ୟବସାୟ ଲାଭଜନକ ହେବ । ସ୍ୱକର୍ମ ବଳରେ ପ୍ରଶଂସାର ପାତ୍ର ହେବେ । ପତ୍ନୀଙ୍କ ସୁପରାମର୍ଶ ଗ୍ରହଣଯୋଗ୍ୟ ହେବ ।

ମକର : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ।

କୁମ୍ଭ : ଜୀବନ ସମର୍ପିତ ହେବ । ଈଶ୍ୱରୀୟ ଚେତନାରେ ଉଦ୍‌ବୃଦ୍ଧ ହେବେ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ । ଆର୍ôଥକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ତେଜସ୍ୱୀ ହୋଇପାରନ୍ତି ।

ମୀନ : ବିଳମ୍ବରେ କାର୍ଯ୍ୟ ହାସଲ କରିବାରେ ସଫଳ ହେବେ । ଉଦାର ସ୍ୱଭାବ ଓ ଦାନଶୀଳ ହୋଇପାରନ୍ତି । ସୁସ୍ଥ ରହିବେ । କୃଷିରୁ ଲାଭମିଳିବ । ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!