ବାପ କାନ୍ଧରେ ଝିଅର ମୃତଦେହ, ୧୦ କି.ମି. ଚାଲିଲେ…, ଭିଡିଓ ଭାଇରାଲ୍‌

ଅମ୍ବିକାପୁର -: ଛତିଶଗଡ଼ର ସୁରୁଗୁଜା ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ତାଙ୍କ ୭ ବର୍ଷୀୟା ଝିଅର ମୃତଦେହକୁ କାନ୍ଧରେ ବୋହି ବୋହି ନେଉଥିବାର ଦୃଶ୍ୟ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Advertisement

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜିଲ୍ଲାର ଲକ୍ଷନପୁର ଗ୍ରାମରେ ଥିବା କମୁନିଟି ହେଲ୍‌ଥ ସେର୍ଣ୍ଟରେ ଶୁକ୍ରବାର ସକାଳୁ ଝିଅଟିର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ଯିବା ପାଇଁ ଗାଡ଼ି ଆସି ପହଞ୍ଚିବା ପୂର୍ବରୁ ଝିଅଟିର ବାପା ତା’ର ମୃତଦେହକୁ ଧରି କାନ୍ଧେଇ କାନ୍ଧେଇ ସେଠାରୁ ଚାଲି ଯାଇଥିଲେ ।
ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ହେଉଛନ୍ତି ଆମ୍‌ଦାଲା ଗ୍ରାମର ଈଶ୍ୱର ଦାସ । ସେ ତାଙ୍କ ଝିଅ ସୁରେଖାଙ୍କ ଚିକିତ୍ସା ପାଇଁ ତାଙ୍କୁ ଲକ୍ଷନପୁର କମୁନିଟି ହେଲ୍‌ଥ ସେର୍ଣ୍ଟକୁ ନେଇ ଯାଇଥିଲେ । ଝିଅଟିର ଅମ୍ଳଜାନ ସ୍ତର ଖୁବ୍ କମ୍‌(୬୦) ରହିଥିଲା । ଝିଅଟିର ବାପାମାଆଙ୍କ କହିବାନୁଯାୟୀ ଗତ କିଛି ଦିନ ହେବ ଖୁବ୍ ର୍ଜୋ ଜ୍ୱରରେ ପୀଡ଼ିତ ହୋଇଥିଲେ ସୁରେଖା ।
ତେବେ ଡାକ୍ତରମାନଙ୍କ କହିବାନୁଯାୟୀ ଆବଶ୍ୟକୀୟ ଚିକିତ୍ସା କରାଯିବା ପରେ ମଧ୍ୟ ସୁରେଖାଙ୍କୁ ବଞ୍ଚାଇ ଯାଇପାରିଲାନି । ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ତାଙ୍କ ଝିଅର ମୃତଦେହକୁ ଧରି ଚାଲି ଚାଲି ଯାଉଛନ୍ତି । ବ୍ୟକ୍ତି ଜଣକ ନିଜ ଗାଁରେ ପହଞ୍ଚିବା ପାଇଁ ପ୍ରାୟ ୧୦ କିଲୋମିଟର ବାଟ ଝିଅର ମୃତଦେହକୁ କାନ୍ଧେଇ ଯାଇଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!