ସଂସଦରେ ବିରୋଧିଙ୍କୁ ଇନ୍ଧନ ତିଆରି କରିବାର ପାଠ ପଢାଇଲେ ନିତିନ୍‌

ନୂଆଦିଲ୍ଲୀ -: ଗତ ଚାରି ଦିନ ମଧ୍ୟରେ ତିନିଥର ବୃଦ୍ଧି ପାଇଲାଣି ତୈଳ ଦର । ନିର୍ବାଚନ ପରେ ପରେ ତୈଳ ଦର ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ସତ ହେଉଥିବା ଦେଖାଯାଇଛି । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି, ଯାହା ନିୟନ୍ତ୍ରଣ ବାହାରେ ।

Advertisement

ସେ କହିଛନ୍ତି ଯେ, ଭାରତ ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି । ଏଥିପାଇଁ ଭାରତରେ ମଧ୍ୟ ଦର ବୃଦ୍ଧି ଘଟୁଛି । ଆମେ ଏନେଇ କିଛି କରିପାରିବୁ ନାହିଁ । ୨୦୦୪ ମସିହାରୁ ଆମେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛୁ । ଆମକୁ ନିଜେ ଇନ୍ଧନ ତିଆରି କରିବାର ଆବଶ୍ୟକତା ରହିଛି ।
ଏହା ପୂର୍ବରୁ ଦର ବୃଦ୍ଧି ନେଇ ବିଜେପିକୁ ସମାଲୋଚନା କରିବା ସହ ଏନସିପି ସାଂସଦ ସୁପ୍ରିୟା ସୁଲେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସୁପ୍ରିୟା ଲୋକସଭାରେ କହିଥିଲେ ଯେ, କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ ହେବ । ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ବୃଦ୍ଧି ନହେବା ପାଇଁ ପ୍ରତି ମାସରେ ନିର୍ବାଚନ ହେଉ । ସମ୍ପ୍ରତି ଇନ୍ଧନ ବୃଦ୍ଧି ଏବଂ ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଁ ଲୋକସଭାରେ ବିରୋଧୀ ଦଳ କ୍ଷମତାରେ ଥିବା ସରକାରଙ୍କୁ ସମାଲୋଚନା କରିଥିଲେ । କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଏନସିପି ଏବଂ ବାମପନ୍ଥୀମାନେ ସ୍ଲୋଗାନ ଦେବା ସହ ଇନ୍ଧନ ମୂଲ୍ୟ ଦର କମ କରିବାର ଦାବି କରି ଗୃହ ବର୍ଜନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!