ଅଜଗର ମୁହଁରୁ ହରିଣକୁ ଉଦ୍ଧାର କରିବାକୁ ଯାଇଥିବା ଯୁବକର ଅବସ୍ଥା କଣ ହେଲା ଦେଖନ୍ତୁ(video)

ନୂଆଦିଲ୍ଲୀ -: ଅଜଗର ସାପ ଏମିତି ଏକ ଜନ୍ତୁ ଯିଏକି ନିଜଠାରୁ ବଡ଼ ପ୍ରାଣୀକୁ ବି ସହଜର ଗିଳି ଦେଇଥାଏ । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଏକ ଅଜଗର ହରିଣକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଛି । ଏହି ସମୟରେ ଜଣେ ଯୁବକଙ୍କ ନଜର ଅଜଗର ଓ ହରିଣ ଉପରେ ପଡ଼ିଥିଲା । ଏହାପରେ ଯୁବକ ଜଣକ ହରିଣର ଜୀବନ ବଞ୍ଚାଇବା ପାଇଁ ସ୍ଥିର କରିଥିଲେ । ଏଥିପାଇଁ ଯୁବକ ଜଣକ ଗଛରୁ ଏକ ଡାଳ ଭାଙ୍ଗି ଆଣିଥିଲେ । ଏହି ଡାଳ ଦ୍ୱାରା ଯୁବକ ଅଜଗରକୁ ମାରିବାକୁ ଚେଷ୍ଟା କରିଥିଲେ । ଏଥିରେ ଅଜଗର ରାଗି ଯୁବକଙ୍କ ଆଡକୁ ମାଡ଼ି ଆସିଥିଲା ।

Advertisement

ସୈଭାଗ୍ୟବଶତଃ ଯୁବକ ଜଣକ ପୂର୍ବରୁ ସତର୍କ ରହିଥିବାରୁ ଅଜଗର ଆକ୍ରମଣରୁ ବଞ୍ଚିଯାଇଥିଲେ । ଆଉ ହରିଣକୁ ଅଜଗର କବଳରୁ ଉଦ୍ଧାର କରିବାରରେ ସଫଳ ହୋଇଥିଲେ । କିଛି ସମୟ ପରେ ଅଜଗର ହରିଣକୁ ଛାଡ଼ି ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ତେବେ ଏହି ପୂରା ଘଟଣାର ଭିଡିଓ ସେହି ରାସ୍ତା ଦେଇ ଯାଉଥିବା କିଛିଲୋକ ନିଜ କ୍ୟାମେରାରେ କଏଦ କରି ନେଇଥିଲେ । ଏହି ଭିଡିଓ ଥାଇଲ୍ୟାଣ୍ଡର କୁହାଯାଉଛି । ଏହି ଭିଡିଓକୁ ଥାଇଲ୍ୟାଣ୍ଡର ଡ୍ୟୁସିଟ୍ ପ୍ରାଣୀ ଉଦ୍ୟାନର ସହକାରୀ ନିର୍ଦ୍ଦେଶକ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!