ଖୋର୍ଦ୍ଧାର ଧଳାଜହର ବେପାରୀଙ୍କୁ ଧରିଲା ପୁରୀ ପୋଲିସ

Creat A Revolution

ପୁରୀ -: ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ । ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି । ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ ଧଳା ଜହର ସହ ୯ ହଜାର ଟଙ୍କା, ୨ଟି ମୋବାଇଲ ଫୋନ, ଗୋଟିଏ ବାଇକ ଜବତ କରିଛି ।

Advertisement

ସୂଚନା ଥାଉ କି ଏମାନେ ବହୁଦିନ ଧରି ବ୍ରାଉନସୁଗାର ବେପାର କରୁଥିବାବେଳେ ପୁଲିସ ଏମାନଙ୍କ ଉପରେ ନଜର ରଖିଥିଲା । ଗତକାଲି ଏମାନେ ଦୟାବ୍ରିଜ ନିକଟରେ ଗରାଖଙ୍କ ଅପେକ୍ଷାରେ ଥିବାବେଳେ କଣାସ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights