ତାଜ୍‌ମହଲର ୨୨କୋଠରି ଜନସ୍ବାର୍ଥ ମାମଲା ଘଟଣାରେ ଏଭଳି କହିଲେ ହାଇକୋର୍ଟ

Creat A Revolution

ଲକ୍ଷ୍ନୌ: ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୂପ ନ କରିବା ଲାଗି ଆଜି ଆହ୍ଲାବାଦ ହାଇକୋର୍ଟ ହାଇକୋର୍ଟଙ୍କର ଦୁଇଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଆବେଦନକାରୀ ମାନଙ୍କୁ କହିଛନ୍ତି। ତାଜ୍‌ମହଲରେ ବନ୍ଦ କରାଯାଇଥିବା ୨୨ଟି କୋଠରି ଖୋଲିବା ଲାଗି ଏକାଧିକ ଜନସ୍ବାର୍ଥ ମାମଲା ଦାଏର କରିସାରିଲୁଣି ବୋଲି ଆବେଦନକାରୀମାନେ କହିବା ପରେ ଖଣ୍ଡପୀଠ ସେମାନଙ୍କୁ ଭର୍ତ୍ସନା କରି ଏଭଳି କହିଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଲେ, ଆସନ୍ତାକାଲି ଆପଣମାନେ ଆମ ଚେମ୍ବର୍‌ ଦେଖିବା ପାଇଁ ଅନୁମତି ମାଗିବେ। ଦୟାକରି ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୂପ କରନ୍ତୁ ନାହିଁ।

Advertisement

ତାଜ୍‌ମହଲର ୨୨ଟି ବନ୍ଦ କୋଠରିରେ ଥିବା ସତ୍ୟାସତ୍ୟ ଜାଣିବାକୁ ଦାବି କରି ଗତ ସପ୍ତାହରେ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠରେ ‘ବିଜେପି’ ଅଯୋଧ୍ୟ ୟୁନିଟ୍‌ର ଗଣମାଧ୍ୟମ ଦାୟିତ୍ବରେ ଥିବା ରଜନୀଶ ସିଂହ ‘ରିଟ୍‌ ପିଟିସନ୍’ ଦାଏର କରିଥିଲେ।ଦାଏର ହୋଇଥିବା ପିଟିସନ୍‌ରେ ଉଲ୍ଲେଖ କରାଯାଇଛି ଯେ, ଏହି ବିଶାଳ ସୁଦୃଶ ସାମଧି ବାସ୍ତବରେ ଗୋଟାଏ ପୁରାତନ ଶିବ ମନ୍ଦିର ବୋଲି କେତେକ ଐତିହାସିକ ଓ ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି। ବନ୍ଦ କୋଠରିଗୁଡ଼ିକୁ ପରୀକ୍ଷା କରି ସେ ସଂକ୍ରାନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସ୍ବତନ୍ତ୍ର କମିଟି ଗଠନ କରିବା ଲାଗି ଆବେଦନକାରୀ ନିବେଦନ କରିଛନ୍ତି।ସିଂହ କହିଛନ୍ତି ଯେ, ତାଜମହଲକୁ ମନ୍ଦିର କରିବା ଲାଗି ଦାବି କରାଯାଉନାହିଁ। ସାମାଜିକ ସହାବସ୍ଥାନ ଦୃଷ୍ଟିରୁ ସତ କଥା ପ୍ରକାଶ କରାଯାଉ। ବିବାଦର ଅବସାନ ଘଟାଇବାକୁ ଏକ ମାତ୍ର ଉପାୟ ହେଉଛି ରୁଦ୍ଧ କୋଠରି ସବୁ ଖୋଲି ପରୀକ୍ଷା କରିବା।

କାହିଁକି ଆବେଦନ କରିଛ ବୋଲି ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ସୁଭାଷ ବିଦ୍ୟାରଥୀ ଆବେଦନକାରୀଙ୍କୁ ପଚାରିଥିଲେ। ଆମେ କି ରାୟ ଦେବୁ ବୋଲି ଆପଣ ଚାହୁଁଛନ୍ତି? ତାଜ୍‌ମହଲ କିଏ ନିର୍ମାଣ କରିଛନ୍ତି? ଆପଣ ଐତିହାସିକ କାରଣ ଆଡ଼କୁ ଯାଆନ୍ତୁ ନାହିଁ। ଅଦାଲତ ‘ମାଣ୍ଡାମସ୍‌ ରିଟ୍‌’ ଜାରି କରନ୍ତୁ ବ‌ୋଲି ଆବେଦନକାରୀ ଚାହୁଁଥିବା କଥା ଜାଣିବା ପରେ ଖଣ୍ଡପୀଠ କହିଲେ ଯେ, ଅଧିକାର କ୍ଷୁଣ୍ଣ ହେବା କ୍ଷେତ୍ରରେ କେବଳ ଅଦାଲତ ଏହା ଜାରି କରିପାରିବେ। ଆପଣଙ୍କର କି ଅଧିକାର କ୍ଷୁଣ୍ଣ ହୋଇଛି?

ନିରାପତ୍ତା କାରଣରୁ କାହିଁକି ତାଜ୍‌ମହଲର ଅନେକ କୋଠରି ବନ୍ଦ ରହିଛି ତାହା ଦେଶର ନାଗରିକମାନେ ଜାଣିବା ଉଚିତ ବୋଲି ଆବେଦନକାରୀ କହିଥିଲେ। ପ୍ରତ୍ୟୁତ୍ତରରେ ଖଣ୍ଡପୀଠ କହିଲେ, ସୂଚନା ପାଇଁ ପଚାରିବାକୁ ଆପଣ କିଏ? ନିରାପତ୍ତା ଦୃଷ୍ଟିରୁ କୋଠରି ସବୁ ବନ୍ଦ କରାଯାଇଥିବା କଥା ଆପଣଙ୍କର ହୃଦ୍‌ବୋଧ ହେଉ ନ ଥିଲେ, ତାହାକୁ ଚାଲେଞ୍ଜ୍‌ କରିବା ଲାଗି ବିହିତ ପ୍ରତିକାର କରନ୍ତୁ। ପ୍ରଥମେ କିଛି ଗବେଷଣା କରନ୍ତୁ। ସ୍ନାତକତ୍ତୋର କରନ୍ତୁ, ପିଏଚ୍‌ଡି କରନ୍ତୁ। ଜନସ୍ବାର୍ଥ ମାମଲା ବ୍ୟବସ୍ଥା ପ୍ରତି ବିଦ୍ରୂପ କରନ୍ତୁ ନାହିଁ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights