କମିଲା ବସ୍ ଭଡ଼ା …

Creat A Revolution

ଭୁବନେଶ୍ବର -: ରାଜ୍ୟରେ ଡିଜେଲ୍ ଦର କମିବା ପରେ ପରିବହନ ଗୁରୁବାର ଦିନ ବସ୍ ଭଡ଼ା କମାଯାଇଛି। ବସଭଡ଼ା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି। ସେହିପରି କିଲୋମିଟର ପିଛା ଏସି ବସ୍ ଭଡ଼ା ୬ପଇସା କମାଯାଇଛି।

Advertisement

ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି। ଏକ୍ସପ୍ରେସ ବସରେ ୯୬ରୁ ୯୩ ପଇସା, ଡିଲକ୍ସ ବସରେ ଟ ୧.୩୫ରୁ ୧.୨୯କୁ ହ୍ରାସ ପାଇଛି। ସେହିପରି ଏସି ଡିଲକ୍ସ ଭଡା ଟ୧.୩୬ରୁ ୧.୫୭ ପଇସାକୁ ହ୍ରାସ ପାଇଛି। ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସା ହ୍ରାସ ପାଇଛି। ସଂଶୋଧିତ ବସ୍ ଭଡ଼ା ୨୬ତାରିଖରୁ ଲାଗୁ କରିବାକୁ କୁହାଯାଇଛି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights