ଜିଲ୍ଲାପାଳଙ୍କୁ ବାଲିମାଫିଆଙ୍କ ଚ୍ୟାଲେଞ୍ଜ, ଜିଲ୍ଲାପାଳ ବ୍ୟାରିକେଡ କଲେ ମାଫିଆମାନେ ଜେସିବ ଲଗାଇ ଭାଙ୍ଗିଦେଲେ !

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁରରୁ କାକଟପୁର ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ଶହ ଶହ ଭାରୀଯାନ ଯାତାୟାତ କରୁଥିବାରୁ ଆଳିପିଙ୍ଗଳ ପୋଲ ଟି ସଂପୁର୍ଣ ଅସୁରକ୍ଷିତ ହୋଇପଡିବାରୁ ଏ ସମ୍ପର୍କ ରେ ସ୍ଥାନୀୟ ଜନ ସାଧାରଣ ଓଡିଶା ଉଚ୍ଚ ନ୍ୟାୟାଳୟ ରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ l ଆଳିପିଙ୍ଗଳ ପୋଲର ସୁରକ୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର କୋଟ ଆଳିପିଙ୍ଗଳ ପୋଲ ଉପରେ ଭାରୀଯାନ ଚଳାଚଳକୁ ନିଷିଦ୍ଧ କରି ଏକ ବ୍ୟାରିକେଟ ନିର୍ମାଣ କରିବାକୁ ଜ଼ିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ |

Advertisement

ଜ଼ିଲ୍ଲାପାଳଙ୍କ ନିର୍ଦେଶରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଆଳିପିଙ୍ଗଳ ଠାରେ ଏକ ବ୍ୟାରିକେଟ ନିର୍ମାଣ କରିଥିଲା l ଏଥିନେଇ ଚୋର ବାଲି ମାଫିଆଙ୍କ ବ୍ୟବସାୟ ହାମ୍ପର ହେବାରୁ ଆଳିପିଙ୍ଗଳ ପୋଲ ଉପରୁ ବ୍ୟାରିକେଟ ଉଛେଦ ପାଇଁ ବାଲିମାଫିଆ କିଛି ନ୍ୟାଷ୍ଟସ୍ୱାର୍ଥ ବ୍ୟକ୍ତି ଙ୍କ ସହାୟତାରେ ଜୋରଦାର ଆନ୍ଦୋଳନ କରିଥିଲେ | ଜ଼ିଲ୍ଲା ପ୍ରଶାସନ ଆନ୍ଦୋଳନକୁ ଭୃକ୍ଷେପ କରିନଥିଲା | ହେଲେ ଚୋର ବାଲି ମାଫିଆମାନେ ଜ଼ିଲ୍ଲା ପ୍ରଶାସନ ଏବଂ ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ କୁ ଖୋଲା ଖୋଲି ଚ୍ୟାଲେଞ୍ଚ କରି ବିଳମ୍ବିତ ରାତିରେ ଆଳିପିଙ୍ଗଳ ପୋଲ ଉପରେ ନିର୍ମିତ ବ୍ୟାରିକେଟକୁ ଜେସିବି ସାହାଯ୍ୟରେ ତାଡି ଫୋପାଡ଼ି ଦେଇଛନ୍ତି | ବର୍ତମାନ ବିପଦ ସଂକୁଳ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ଶହ ଶହ ଭାରୀଯାନ ଯାତାୟତ କରୁଛି | ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକାରେ ଲିପ୍ତ ଥିବାରୁ ବ୍ୟାରିକେଟ ତାଡି ଫୋପାଡ଼ିଦେଇଥିବା ବ୍ୟକ୍ତି ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ |ଏଥିନେଇ ଜନ ଅସନ୍ତୋଷ ଦେଖାଦେଇଛି l

Advertisement

Leave a Reply

Your email address will not be published. Required fields are marked *

error: Content is protected !!