ଚାକିରିଆ ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ସେମାନଙ୍କ ଜୀବନ ପୁଞ୍ଜି ହୋଇଥାଏ । ଯେବେ ପଯ୍ୟର୍ନ୍ତ ଆପଣ ଚାକିରି କରିଛନ୍ତି ସେବେ ପର୍ଯ୍ୟନ୍ତ ଆପଣ EPF ରେ ଯୋଗଦାନ କରିଥାନ୍ତି। ଶେଷରେ ଯେତେବେଳେ ରିଟାୟରମେଣ୍ଟ ସମୟ ଆସେ ସେତେବେଳେ ଏହି ଟଙ୍କା କାମରେ ଆସେ। ବଞ୍ଚିବାର ସାହାରା ଦିଏ।
ଏମିତିରେ ଇପିଏଫଓ ସହ ଜଡ଼ିତ ସବୁ ନିୟମ ସମ୍ପର୍କରେ ଜାଣିବା ବହୁତ ଜରୁରୀ ହୋଇଯାଏ । ଯେବେ ପର୍ଯ୍ୟନ୍ତ ଆପଣ ଚାକିରିରେ ରହିଥାନ୍ତି ସେବେ ପର୍ଯ୍ୟନ୍ତ ଆପଣ ଏଥିରେ ଅଂଶିଦାର ହୋଇଥାନ୍ତି। ଅବସର ସମୟରେ ଏହି ଜମା ପୁଞ୍ଜି କାମରେ ଲାଗେ। କିନ୍ତୁ କିଛି ଲୋକ ଅଜାଣ ତରେ ଏମିତି କିଛି ଭୁଲ କରି ବସନ୍ତି ଯଦ୍ୱାରା ତାଙ୍କର ପିଏଫ ଖାତା ବନ୍ଦ ହୋଇଯାଏ। ତେଣୁ ଆପଣ ଏହା ସମ୍ପର୍କରେ ଜାଣିବା ନିହାତି ଜରୁରୀ।
– ଯଦି ଆପଣ ପ୍ରଥମରୁ ଯେଉଁ କମ୍ପାନୀ ରେ କାମ କରୁଛନ୍ତି ସେହି କମ୍ପାନୀରୁ ନିଜ ପିଏଫ ଆକାଉଣ୍ଟ ଟ୍ରାନ୍ସଫର ନିଜ ନୂଆ କମ୍ପାନୀରେ କରୁ ନାହାଁନ୍ତି ଏହାସହ ପୁରୁଣା କମ୍ପାନୀ ବନ୍ଦ ହୋଇଯାଇଛି , ଏମିତି ପରିସ୍ଥିତିରେ ଆପଣ ଯଦି ପିଏଫ ଖାତା ରୁ ୩୬ ମାସ ପର୍ଯ୍ୟନ୍ତ କୌଣସି ଟ୍ରାଞ୍ଜାକସନ କରୁନାହାନ୍ତି କିମ୍ବା ଟଙ୍କା ଡିପୋଜିଟ କରୁନାହାନ୍ତି ତେବେ ଏମିତିରେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଏହାକୁ EPFO Inoperative କ୍ୟାଟେଗୋରୀରେ ଆଡ କରାଯିବ।
ଏବେ ଜାଣନ୍ତୁ କିପରି କରିବେ ଆକ୍ଟିଭେଟ -:
ଯଦି ଆପଣଙ୍କ ଖାତା Inoperative ହୋଇଯାଇଛି ତେବେ ଆପଣ କୌଣସି କାମ ଏଥିରେ କରିପାରିବେ ନାହିଁ। ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭେଟ କରିବା ପାଇଁ ଇପିଏଫ ରେ ଏକ ଆପ୍ଲିକେସନ ଦେବାକ ପଡ଼ିବ। ତେବେ Inoperative ପରେ ବି ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟୁନଥିଲେ ଜାଣିବେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିଛି। ଏହା ଆପଣ ପୁଣି ଥରେ ଫେରି ପାଇବେ। ତେବେ ପ୍ରଥମରୁ ଏହି ଖାତା ଉପରେ କୌଣସି ସୁଧ ମିଳୁ ନଥିଲା। କିନ୍ତୁ ୨୦୧୬ରେ ନିୟମରେ ସଂଶୋଧନ ହେବାପରେ ସୁ ଧ ବ୍ୟବସ୍ଥା ଆରମ୍ କରାଗଲା। ମନେରଖନ୍ତୁ ୫୮ ବର୍ଷ ପର୍ଯ୍ୟନ୍ତ ପିଏଫ ଆକାଉଣ୍ଟରେ ସୁଧ ମିଳିଥାଏ।
ଏବେ ଜାଣନ୍ତୁ କେବେ ହୋଇଥାଏ Inoperative -:
-ନିୟମ ଅନୁସାରେ ଇପିଏଫ ଆକାଉଣ୍ଟ େସତେବେଳେInoperative ହୋଇଯାଏ ଯେବେ କର୍ମଚାରୀ ଏହାର ବାଲାନ୍ସକୁ ବାହାର କରିବାର ଆପ୍ଲିକେସନ ନଦିଅନ୍ତି।
– ଅବସର ର ୩୬ ମାସ ମାନେ ୩ ବର୍ଷ ପରେ ଯେବେ ବ୍ୟକ୍ତିଙ୍କୁ ୫୫ ବର୍ଷ ହୋଇଯାଏ।
-ଯେବେ ବ୍ୟକ୍ତି ଜଣକ ସ୍ଥାୟୀ ଭାବେ ବିଦେଶରେ ରୁହେ।
-ସଦସ୍ୟଙ୍କ ମୃତ୍ୟୁ ପରେ..
-ବ୍ୟକ୍ତି ଜଣକ ରିଟାୟରମେଣ୍ଟ ଫଣ୍ଡ ବାହାର କରିବା ପରେ।
-ଯଦି କୌଣସି ପିଏଫ ଆକାଉଣ୍ଟ କୁ ୭ ବର୍ଷ ପର୍ଯ୍ୟନ୍ତ କେହି କ୍ଲେ ମ କରିନଥିବେ ତେବେ ଏହି ଫଣ୍ଡକୁ senior citizens welfare fund ରେ ଆଡ କରିଦିଆଯିବ।
ଏହାକୁ ଆକ୍ଟିଭେଟ କରିବା ପାଇଁ କରିବାକୁ ହେବ ଏହି କାମ -:
ଏଥିପାଇଁ KYC ଡକ୍ୟୁମେଣ୍ଟ, ପାନ କାର୍ଡ, ଭୋଟର ଆଇଡି କାର୍ଡ, ପାସପୋର୍ଟ, ରାସନ କାର୍ଡ, ESI ID କାର୍ଡ, ଆଇଡେଣ୍ଟିଟି କାର୍ହ , ଡା୍ରଇଭିିଂ ଲାଇସେନ୍ସ ଆବଶ୍ୟକ ହେବ। ଏହ୍ୟାତିତ ଆଧାର କାର୍ଡ ମଧ୍ୟ ଦରକାର ହେବ। ଏହାକୁ ମାଧ୍ୟମ କରି ଆପଣ ଆସିଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିସନର କିମ୍ବା ଅନ୍ୟ ଅଧିକାରୀ ଏହାକୁ ଯାଞ୍ଚ କରିବା ପରେ withdral କିମ୍ବା ଖାତା ଟ୍ରାନ୍ସଫର ପାଇଁ ଅନୁମତି ମିଳିବ।
୫୦ ହଜାର ଟଙ୍କାରୁ ଅଧିକ ରାଶି ଥିଲେ ପ୍ରୋଭିଡେଣ୍ଟ ଫଣ୍ଡ କମିସନରଙ୍କ ମଞ୍ଜୁରି ଆବଶ୍ୟକ। ସେହିପରି ୨୫ ହଜାର ଟଙ୍କାରୁ ଅଧିକ କିମ୍ବା ୫୦ ହଜାରରୁ କମ ରାଶି ପାଇଁ ଆକାଉଣ୍ଟ ଅଫିସର ଅନୁମତି ଦେବେ। ୨୫ ହଜାର ଟଙ୍କାରୁ କମ ରାଶି ପାଇଁ ଡିଲିଂ ଆସିଷ୍ଟାଣ୍ଟ ଙ୍କ ମଞ୍ଜୁରି ଆବଶ୍ୟକ ହେବ।