ପଟନା
ସୂଚନା ମୁତାବକ, କିଛି ଦୁର୍ବୃତ୍ତ ବାଦାମୀ ଦେବୀଙ୍କ ଘର କବଜା କରିବା ପାଇଁ ଚେଷ୍ଟା କରୁଥିଲେ। ଏବିଷୟରେ ଜାଣିବା ପରେ ସାମ୍ବାଦିକ ରାଜଦେବ ରଞ୍ଜନ ଦୁର୍ବୃତ୍ତଙ୍କୁ ଏଭଳି କରିବାକୁ ଦେଇନଥିଲେ। କିଛି ମାସ ଧରି ରାଜଦେବ ଦୁର୍ବୃତ୍ତଙ୍କୁ ବିରୋଧ କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତଦନ୍ତ ଦାୟିତ୍ବ ସିବିଆଇ ହାତକୁ ଯିବା ପରେ ଏହି ଘଟଣାର ମୁଖ୍ୟ ସାକ୍ଷୀ ବାଦାମୀ ଦେବୀ ମୃତ ବୋଲି ଦର୍ଶାଇ ମେ’ ୨୪ରେ ରିପୋର୍ଟ ଦାଖଲ କରିଥିଲା ସିବିଆଇ।
ଏବିଷୟରେ ବାଦାମୀ ଦେବୀ ଜାଣିବା ପରେ ଦୁଃଖପ୍ରକାଶ କରିବା ସହ ସେ ଆଜି ହେବାକୁ ଥିବା ଶୁଣାଣିରେ ପହଞ୍ଚିଥିଲେ। କୋର୍ଟ ରୁମରେ ବାଦାମୀ ଦେବୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଚାରପତି। ହୁଜୁର ମେଁ ଜିନ୍ଦା ହୁଁ ବୋଲି କହିବା ସହ ବାଦାମୀ ଦେବୀ ନିଜର ଭୋଟର ଆଇକାର୍ଡ, ପ୍ୟାନ୍ କାର୍ଡ ଓ ଆଧାର କାର୍ଡ ବିଚାରପତିଙ୍କୁ ଦେଇଥିଲେ। ସିବିଆଇ କରିଥିବା ଭୁଲ ସାମ୍ନାକୁ ଆସିବା ପରେ ଏବେ କୋର୍ଟ ସିବିଆଇକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।
Discover more from bnslive.in
Subscribe to get the latest posts sent to your email.