ବ୍ରଜରାଜନଗର ନିର୍ବାଚନକୁ ନେଇ ଏମିତି କହିଲେ ପ୍ରଦୀପ ପୁରୋହିତ, ଦଳରେ ଆତ୍ମଘାତୀ କାମ ହୋଇଛି

ବ୍ରଜରାଜନଗର -: ବିଜେପି ପାଇଁ କାଳ ସାଜିଛି ବଜେପି । ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡ଼ି ବିଜୟ ଲାଭ କରିବା ପରେ ଏ ନେଇ ନିଜର ମତ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି, ‘ବ୍ରଜରାଜନଗର ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟ କରିଛି । ବିଜେଡି ଭୋଟରମାନଙ୍କୁ ପ୍ରଭାବିତ କରିବା ସହ ସରକାରୀ ଅଧିକାରୀଙ୍କ ସୁନିୟୋଜିତ କରିଛି ।

Advertisement

ବିଜେପିର ଭୋଟ କମିବାରୁ ଜଣାପଡୁଛି କିଛି ଆତ୍ମଘାତୀ କାମ ହୋଇଛି । କିଛି ଲୋକ ବିଜେପିରେ ଥାଇ ବିଜେଡିକୁ ସହଯୋଗ କରିଥିବେ । ଆତ୍ମଘାତୀ କାର୍ଯ୍ୟର ସମୀକ୍ଷା ହେବାର ଆବଶ୍ୟକ ରହିଛି । ବିଜେପି ଏନେି ସମୀକ୍ଷା କରିବ । ବିଜେଡି ଉପରେ ଚାଷୀ, ଯୁବକ କେହି ଖୁସି ନାହାନ୍ତି । ତଥାପି କିପରି ବିଜେଡି ଏତେ ସଫଳ ହେଉଛି ତାହା ମଧ୍ୟ ସମୀକ୍ଷା ହେବ । ଆତ୍ମଘାତୀ କାର୍ଯ୍ୟର ସମୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।’

Advertisement

Leave a Reply

Your email address will not be published. Required fields are marked *

error: Content is protected !!