ନୂଆ ମନ୍ତ୍ରୀ ମଣ୍ଡଳୀର ତାଲିକା, କିଏ ପାଇବେ କିଏ ବାଦ ପଡିବେ ଆସନ୍ତୁ ଜାଣିବା !

ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର । ୨୦ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ଓଡ଼ିଶା ଇତିହାସରେ ଏହା ପ୍ରଥମ । ଆଜି ସବୁ ମନ୍ତ୍ରୀଙ୍କ ପାଖକୁ ପ୍ରଥମେ ଫୋନ୍‌ ଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ପର୍ଯ୍ୟାୟକ୍ରମେ ଇସ୍ତଫା ଦେଇଥିଲେ । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାରରେ ଏକାଥରକେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ମାଗି ନବକଳେବର କରିବାକୁ ଯାଉଛନ୍ତି । ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ।

Advertisement

https://t.me/bnslive ( join our telegram now)

minister2 3

ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ମନ୍ତ୍ରୀମାନଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନବୀନଙ୍କ ମନ୍ତିମଣ୍ଡଳରେ କିଏ ହେବେ ନୂଆ ମନ୍ତ୍ରୀ ? କିଏ ପଡ଼ିବେ ବାଦ? ମନ୍ତ୍ରିମଣ୍ଡଳ ରୂପରେଖ ନେଇ ଏବେ ଚର୍ଚ୍ଚା ଜୋର । ଯୁବ ଓ ମହିଳାଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳରେ ସର୍ବାଧିକ ଗୁରୁତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି । ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ନୂଆ ଚେହେରାଙ୍କୁ ତାଙ୍କ ଟିମରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ । ସବୁ ଦିଗକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ନିର୍ଦ୍ଧାରଣ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି ।

ରେସରେ ଆଗରେ ଅଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସୂର୍ଯ୍ୟନାରାୟଣ ପାତ୍ର, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ ଅମାତଙ୍କ ଭଳି ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି । ପ୍ରଥମ ଥର ମନ୍ତ୍ରୀ ହୋଇପାରନ୍ତି ଲତିକା ପ୍ରଧାନ, ବାସନ୍ତୀ ହେମ୍ବ୍ରମ, ଦେବୀରଞ୍ଜନ ତ୍ରିପାଠୀ । ସେହିପରି ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଶ୍ୱିନୀ ପାତ୍ର, ଦେବେଶ ଆଚାର୍ଯ୍ୟ, ସୁଶାନ୍ତ ରାଉତ, ରାଜକିଶୋର ଦାସ, ମନୋହର ରନ୍ଧାରୀ, ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼ାଇ, ରୁଦ୍ର ପ୍ରତାପ ମହାରଥୀ, ବ୍ୟୋମକେଶ ରାୟ, ଭୂପିନ୍ଦର ସିଂ ଓ ସଞ୍ଜୀବ ମଲ୍ଲିକଙ୍କ ନାଁ । ସେହିପରି ଜଣେ ବରିଷ୍ଠ ବିଧାୟିକା ହୋଇପାରନ୍ତି ବାଚସ୍ପତି । କାହାକୁ ମିଳିବ ମନ୍ତ୍ରୀପଦ ତାଉପରେ ଏବେ ନଜର ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!