ନୂଆ ମନ୍ତ୍ରୀଙ୍କୁ 6Tର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର -:  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମନ୍ତ୍ରୀ । ସେମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍‌ ଟି ସହ ଆଉ ଗୋଟିଏ ଟି ଯୋଡ଼ିଛନ୍ତି । 6T ଭାବରେ ଯୋଡ଼ି ହୋଇଛି ଟୁର୍‌ ।

Advertisement

ମନ୍ତ୍ରୀମାନଙ୍କୁ ଅଧିକରୁ ଅଧିକ ଟୁର୍‌ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବେ ମନ୍ତ୍ରୀ । ଜିଲ୍ଲା ଓ ବ୍ଳକ ସ୍ତରକୁ ଗସ୍ତ କରି ସମସ୍ୟା ବିଷୟରେ ଅବଗତ ହେବେ । ଏଥିସହ ସମାଧାନର ବାଟ ଖୋଜିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗରେ ବାକିଥିବା ସମସ୍ତ କାର୍ଯ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦେବେ । ସ୍ୱଚ୍ଛତାର ସହ କାମ କରିବା ପାଇଁ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *