ମୃତ ପୁତ୍ରର ଚାଲିଥିଲା ଶ୍ରାଦ୍ଧକର୍ମ, ସଶରୀରେ ଫେରିଲେ ପୁତ୍ର

Creat A Revolution

ଅଗରତାଲା -: ଗତ ମାସରେ ନିଖୋଜ ହେବା ପରେ ତ୍ରିପୁରାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଘରେ ତାଙ୍କର ମୃତ୍ୟୁ ପରବର୍ତ୍ତୀ ରୀତିନୀତି (ଶ୍ରାଦ୍ଧକର୍ମ) ଚାଲିଥିବା ବେଳେ ମଙ୍ଗଳବାର ଦିନ ସେ ସଶରୀରରେ ନିଜ ଘରକୁ ଫେରି ଆସିଛନ୍ତି। ଏହି ଘଟଣା ଉତ୍ତର-ପୂର୍ବ ରାଜ୍ୟର ସୀମାନ୍ତ ଗ୍ରାମ ପଶ୍ଚିମ ତ୍ରିପୁରାର କାଲିବଜାର ଅଞ୍ଚଳରେ ଘଟିଛି। ଏହି ଘଟଣା ଯୁବକଙ୍କ ନିକଟ ସଂପର୍କୀୟ ଏବଂ ପ୍ରିୟମାନଙ୍କ ମଧ୍ୟରେ ଅବିଶ୍ୱାସ ଏବଂ ଆନନ୍ଦ ସୃଷ୍ଟି କରିଥିଲା ବେଳେ ପୁଲିସର ଭୂମିକା ଉପରେ ପରିବାର ଲୋକଙ୍କ କ୍ରୋଧ ସୃଷ୍ଟି କରଛି।

ଘଟଣାର ରିପୋର୍ଟରୁ ପ୍ରକାଶ, ମୋହନପୁର ଉପଖଣ୍ଡର କାଲିବଜାର ନିବାସୀ ଆକାଶ ସରକାର ଗତ ମାସରେ ନିଖୋଜ ହୋଇ ଯାଇଥିଲେ। ପରେ, ଜୁନ୍‌ ୩ ତାରିଖରେ, ପଶ୍ଚିମ ଅଗରତାଲା ପୁଲିସ ଷ୍ଟେସନ ଅଧୀନରେ ମେଲାରମାଥ ନିକଟରେ ଥିବା ଏକ ହ୍ରଦରେ ଏକ ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ତଦନ୍ତ ପରେ ଜଣାପଡିଲା ଯେ ମୃତକ ଜଣକ କାଲିବଜାରର ବାସିନ୍ଦା, ଯିଏ ଗତ ମାସରେ ନିଖୋଜ ହୋଇ ଯାଇଥିଲେ। ତଦନୁଯାୟୀ, ପୁଲିସ ଆକାଶ ସରକାରଙ୍କ ପରିବାର ସହିତ ଯୋଗାଯୋଗ କରି ତାଙ୍କ ମୃତଦେହ ଉଦ୍ଧାର ବିଷୟରେ ସୂଚନା ଦେଇଥିଲା।

ମୋହନପୁର ଉପବିଭାଗୀୟ ପୁଲିସ ଅଧିକାରୀ କେବି ମଜୁମଦାର କହିଛନ୍ତି, ଆକାଶଙ୍କ ପିତା ପ୍ରଣବ ସରକାର ଜିବିପି ଡାକ୍ତରଖାନାକୁ ମୃତଦେହର ଚିହ୍ନଟ ପାଇଁ ଯାଇଥିଲେ। ସେଠାରେ ସେ ମୃତଦେହ ସହ ଉଦ୍ଧାର ହୋଇଥିବା ବ୍ୟାଗ ଦେଖିବା ପରେ ତାହା ତାଙ୍କ ପୁଅର ମୃତଦେହ ବୋଲି ଚିହ୍ନଟ କରିଥିଲେ; ଯେଉଁଥିରେ ନିଖୋଜ ହୋଇଥିବା ଯୁବକଙ୍କ ପୋଷାକ ଏବଂ ଟାବଲେଟ୍‌ ରହିଥିଲା।

ଶବ ବ୍ୟବଚ୍ଛେଦ କରାଯିବା ପରେ ପୁଲିସ ମରଶରୀରକୁ ପ୍ରଣବ ସରକାରଙ୍କୁ ହସ୍ତାନ୍ତର କରିଥିଲା ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା। ଏବେ ଆକାଶ ଫେରିଆସିବା ପରେ ପୁଲିସ୍‌ କହିଛି ଯେ ଯେହେତୁ ଏହା ଭୁଲ ପରିଚୟର ମାମଲା, ଆମେ ଏହି ଘଟଣାର ପୁନଃ ଅନୁସନ୍ଧାନ କରିବୁ ଏବଂ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ। ଅନ୍ୟପକ୍ଷରେ ଆକାଶଙ୍କ ପିତା ପ୍ରଣବ କିନ୍ତୁ ଦାବି କରିଛନ୍ତି ଯେ ପୁଲିସ ହିଁ ତାଙ୍କ ପୁଅର ମୃତଦେହ ଚିହ୍ନଟ କରିବାକୁ ଏବଂ ଏହାକୁ ସଂସ୍କାର ପାଇଁ ନେବାକୁ ଚାପ ପକାଇଥିଲା।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights