ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦
ଆଜି ଜୁଲାଇ ୪ ତାରିଖ, ସୋମବାର, ମିଥୁନ ୨୦ ଦିନ, ଆଷାଢ଼ ଶୁକ୍ଳ ପଞ୍ଚମୀ ସଂ. ଘ.୬.୩୨ମି, ମଘା ନକ୍ଷତ୍ର ଦି.ଘ.୯.୨୨ମି., ସିଂହ ଚନ୍ଦ୍ର ଅହୋରାତ୍ର ।
ପର୍ବପର୍ବାଣି- ମଘା ପଞ୍ଚମୀ ସ୍ନାନ ।
ମେଷ- ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବହୁ ଦିଗରୁ ସୁଯୋଗ ଆସିବ । ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଗଲେ ମଧ୍ୟ ସୁଖୀ ରହିବେ । ପ୍ରିୟ ବନ୍ଧୁଙ୍କ ସହଯୋଗରେ ଦୂରଯାତ୍ରା ଯୋଗରହିଛ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଶ୍ରୀ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରନ୍ତୁ ।
ବୃଷ- ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଲାଭଯୋଗ ରହିଛି । ପ୍ରେମିକମାନଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ । ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଜଗନ୍ନାଥ ଅଷ୍ଟକ ପାଠ କରନ୍ତୁ ।
ତୁଳା- ଆଜି ଆପଣ ଦୁଃସାହସିକ କାମକରି ପ୍ରଶଂସିତ ହେବେ । ଯାନିଯାତ୍ରାରେ ନିଜକୁ ସାମିଲ କରି ଖୁସି ଅନୁଭବ କରିବେ । ବ୍ୟବସାୟରେ ଧନାଗମ ଯୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗି ରହିବ । ବ୍ୟବସାୟରେ ଆଶାନୁରୂପ ଶଫଳ ହେବେ । କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ।
ବିଚ୍ଛା- ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । କୌଣସି ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଶ୍ରୀହରି ବିଷ୍ଣୁଙ୍କ ପାଖରେ ପଦ୍ମଫୁଲ ଅର୍ପଣ କରନ୍ତୁ ।
ଧନୁ- ଆଜି ଆପଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭ ଯୋଗ ରହୁଛି । ବ୍ୟବସାୟରେ ଲାଭବାନ ରହିବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଯାନିଯାତ୍ରାରେ ନିଜକୁ ସାମିଲ କରିବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ଲକ୍ଷପ୍ରାପ୍ତି ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଲକ୍ଷ୍ମୀନାରାୟଣଙ୍କୁ ଧ୍ୟାନ କରନ୍ତୁ ।
ମକର- ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଅଯଥାରେ ଧନବ୍ୟୟ ଯୋଗ ରହିଛି । ପାରିବାରିକ ଜୀବନ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥାକହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ଆଶାନୁରୂପ ଫଳ ମିଳିବ ନାହିଁ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଜଗନ୍ନାଥଙ୍କୁ ଦୀପଟିଏ ପ୍ରଦାନ କରନ୍ତୁ ।
କୁମ୍ଭ- ଆଜି ଶାରିରୀକ ସମସ୍ୟାରେ ପୀଡିତ ରହିବେ । ପାରିବାରିକ ଜୀବନରେ ମନୋମାଳିନ୍ୟ ରହିବ । ସଂଚିତ ଅର୍ଥ ବ୍ୟୟଯୋଗ ରହିଛି । କର୍ମ କ୍ଷେତ୍ରରେ ଚିନ୍ତିତ ରହିବେ । ବବହାସୟରେ ସହଯୋଗୀମାନେ ଅସହଯୋଗ କରିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୋଢ଼ପିଠା ଅର୍ପଣ କରନ୍ତୁ ।
ମୀନ- ଆଜି ପରିଶ୍ରମ ତୁଳନାରେ ଆୟ କମ୍ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହେବେ । ପ୍ରିୟବନ୍ଧୁ ଆପଣଙ୍କ ମନରେ ଦୁଃଖ ଦେବେ । ସଂଚିତ ଧନ ବ୍ୟୟହେବାର ସମ୍ଭାବନା ରହିଛି । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନଡିଆଟିଏ ଅର୍ପଣ କରନ୍ତୁ ।
Discover more from bnslive.in
Subscribe to get the latest posts sent to your email.