ପୂଜା କରିବା ସମୟରେ ଏଭଳି ଅଘଟଣ ସବୁ ଅଶୁଭ, ପ୍ରତିକାର ପାଇଁ କଣ କରିବେ ଆସନ୍ତୁ ଜାଣିବା

କେବେ କେବେ ପୂଜା କରୁଥିବା ସମୟରେ ଆମ ହାତରୁ ତରବରିଆ ଭାବରେ ବା ଅନ୍ୟ କୌଣସି କାରଣରୁ ଜିନିଷ ତଳେ ପଡ଼ିଯାଏ । ସେହି ସମୟରେ ତତକ୍ଷଣାତ ମନକୁ ଆସେ ଆଗକୁ କିଛି ଅଘଟଣ ଘଟିବ ନାହିଁ । ଏହା କୌଣସି ଅଶୁଭ ସଂକେତ ନୁହେଁ ତ । ହଁ ଯଦି ଆପଣଙ୍କ ମନକୁ କେବେ ଏମିତି କିଛି ଘଟିଛି ଆଉ ତା ପରେ ଏମିତି ମନକୁ ଆସିଛି । ତେବେ ତାହା ସତ । ଧାର୍ମିକ ମାନ୍ୟତା ଅନୁସାରେ ଏମିତି ଘଟଣାକୁ ଅଶୁଭ ଧରାଯାଏ । ଆଜି ଆମେ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛି । ଯାହା ହାତରୁ ଖସି ଭୂମି ଉପରେ ପଡିବାକୁ ଅତ୍ୟନ୍ତ ଅଶୁଭ ଧରାଯାଏ ।

Advertisement

आप चाहें तो घर पर ही बना सकती हैं नेचुरल सिंदूर - how to make natural  sindoor or kumkum - AajTak

ପ୍ରଥମେ ଦେଖିବା ସିନ୍ଦୁର ବିଷୟରେ -:

ସିନ୍ଦୂରକୁ ଶୁଭର ପ୍ରତୀକ ଭାବେ ଧରାଯାଏ । ଏହାକୁ ସୌଭାଗ୍ୟର ପ୍ରତୀକ ଭାବେ ମଧ୍ୟ ଧରାଯାଏ । ଯଦି କାହା ହାତରୁ ପୂଜା ସମୟରେ ସିନ୍ଦୁର ହାତରୁ ଖସି ପଡେ ତେବେ ତାହାର ଅର୍ଥ ହେଉଛି ଆପଣଙ୍କ ପରିବାର କିମ୍ବା ସ୍ୱାମୀଙ୍କ ଉପରକୁ କୌଣସି ବିପଦ ମାଡି ଆସୁଛି । ଯଦି କେବେ ଏମିତି ହୁଏ ତେବେ ଏହାକୁ ପାଦରେ ସଫା କରିବା ଉଚିତ ନୁହେଁ କି ଝାଡୁରେ ଓଳେଇବା ଉଚିତ ନୁହେଁ । ଗୋଟେ ସଫା କପଡାରେ ଏହାକୁ ଉଠାଇବା ଉଚିତ ।

File:Lakshmi Puja prasad 03.jpg - Wikimedia Commons

ହାତରୁ ପ୍ରସାଦ ପଡିଯିବା -:

ମାନ୍ୟତା ରହିଛିକି ହାତରୁ ପ୍ରସାଦ ପଡିବା ଆଦୌ ବି ଶୁଭ ନୁହେଁ । ଯଦି କେବେ ଆପଣଙ୍କ ସହିତ କେବେ ଏମିତି କିଛି ହୋଇଥାଏ ତେବେ ତୁରନ୍ତ ତାହାକୁ ଉଠାଇ ନିଜ ମଥାରେ ଲଗାନ୍ତୁ । ଯଦି ଏହାକୁ ଖାଉନାହାନ୍ତି ତେବେ ପାଣିରେ ଭସାଇ ଦିଅନ୍ତୁ । ନଚେତ କୌଣସି ବଡ ଆକାରର ମାଡ଼ିଆରେ ପକେଇ ଦିଅନ୍ତୁ । ଯାହାଦ୍ୱାରା ପ୍ରସାଦର ଅପମାନ ହେବ ନାହିଁ । ହାତରୁ ପ୍ରସାଦ ପଡିବା ଅର୍ଥ ମନରେ ଥିବା କୌଣସି ଇଚ୍ଛା ପୂରଣ ହେଉ ହେଉ ଅଧାରେ ଅଟକିଯିବା ।

ପାଣି ଭର୍ତ୍ତି କଳସ -:

ମାନ୍ୟତା ରହିଛି କି ପୂଜା ପାଇଁ କଳସରେ ପାଣି ଭର୍ତ୍ତି କରି ନେଉଥିବା ସମୟରେ ଯଦି ଅଧା ବାଟରେ ତାହା ହାତରୁ ଖସି ପଡେ, ତେବେ ତାହାକୁ ଅଶୁଭର ପ୍ରତୀକ ଭାବେ ଧରାଯାଏ । ଜଳରେ ଭର୍ତ୍ତି କଳସ କିମ୍ବା ପାଣି ଭର୍ତ୍ତି ଗ୍ଲାସ ହାତରୁ ପଡିବା ଶୁଭ ନୁହେଁ । ମାନ୍ୟତା ରହିଛିକି ହାତରୁ ଗିଲାସ କିମ୍ବା କଳସ ପଡିବାର ଅର୍ଥ ଆମ ପୂର୍ବ ପୁରୁଷ ମାନେ ଆମ ଉପରେ ଅଶାନ୍ତି ହେବା । ଏମିତି ହେବା ଦ୍ୱାରା ପରିବାବରେ ଅଶାନ୍ତି ବଢି ବଢ଼ି ଚାଲେ ସିନା ସମସ୍ୟାର ସମାଧାନ ହୁଏ ନାହିଁ ।

ହାତରୁ ଭଗବାନଙ୍କ ମୂର୍ତ୍ତି ଖସିଲେ କଣ ହେବ ଜାଣନ୍ତୁ -:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହାତରୁ କୌଣସି ଭଗବାନଙ୍କ ମୂର୍ତ୍ତି ଖସି ଭାଙ୍ଗି ଯିବାକୁ ଅଶୁଭ ଧରାଯାଏ । ସାଧାରଣତଃ ମୂର୍ତ୍ତି ସଫା କରିବା କିମ୍ବା କେଉଁଠିକି ନେବା ସମୟରେ ହିଁ ଏହି ଘଟଣା ଘଟିଥାଏ । ତେଣୁ ଏହି ସମୟରେ ସତର୍କ ରହିଯିବା ସର୍ବୋତ୍ତମ । ପୁରାଣ ଅନୁଯାୟୀ ଏମିତି ହେଲେ ଧରି ନିଅନ୍ତୁକି ଆପଣଙ୍କ ପରିବାବାର କୌଣସି ବରିଷ୍ଠ ସଦସ୍ୟଙ୍କ ଉପରକୁ କୌଣସି ସଙ୍କଟ ମାଡି ଆସୁଛି । ଯଦି କେବେ ଏମିତି କିଛି ଘଟେ ତେବେ ତୁରନ୍ତ ଜଳରେ ବୁହାଇ ଦିଅନ୍ତୁ ।

କେବେ କେବେ ଆପଣ ମାନେ ଲକ୍ଷ କରିଥିବେ ଦୀପ ଜଳାଇ ବୁଲାଇବା ସମୟରେ ତାହା ହାତରୁ ପଡ଼ିଯାଏ କିମ୍ବା କେବେ କେବେ ତାହା ଲିଭିଯାଏ | ଏହା ଅଘଟନ ଘଟିବାର ସବୁଠାରୁ ବଡ ସଂକେତ । ଧରାଯାଏ ଦେବତା ମାନେ ହୁଏତ ଆପଣଙ୍କ ଉପରେ ପ୍ରସନ ନାହାନ୍ତି । ଖରାପ ସମୟ ଆସିବା ପୂର୍ବରୁ ଖରାପ ସଂକେତ ମାନ ମଧ୍ୟ ମିଳିଥାଏ । ଯଦି ସମୟ ଥାଉ ଥାଉ ସତର୍କ ଆମେ ସତର୍କ ହୋଇଯିବା ତେବେ ଆସନ୍ନ ବିପଦ ପାଇଁ ଆମ ମନ ଆଉ ସେତେଟା ବିଚଳିତ ହେବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!