ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନବ ନିର୍ମାଣ କୃଷକ, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ

watch Now

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ବିଜେବି କଲେଜଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଦୋଷୀକୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ସଫଳ କରିବା ଲକ୍ଷନେଇ ଜଗତସିଂହପୁର ବଙ୍ଗଳା ଛକ ଠାରେ ରଶ୍ମି ରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ଦୀର୍ଘ ସମୟ ରାସ୍ତା ରୋକ କରାଯାଇଥିଲା । ଏଥି ନେଇ ଜନସାଧାରଣ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏହାପରେ ସଂଗଠନ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ବଜାର ପରିକ୍ରମା କରି ଜଗତସିଂହପୁର ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ପକ୍ଷରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିକୁ ନ୍ୟାୟ ପ୍ରଦାନ ପାଇଁ ଜନସାଧାରଣଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କାରାଯାଉଥିଲା |

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!