ନିଶା କାରବାରକୁ ନେଇ ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ଗଡିଲା ୩ ମୁଣ୍ଡ…

ଭୁବନେଶ୍ୱର -: ରାଜଧାନୀରେ ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍‌ -୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଲେଡି ଡନ୍‌ ଓ ତାଙ୍କ ସ୍ୱାମୀ ସମେତ ସହଯୋଗୀ । ଘଟଣାରେ ଜଣେ ମୃତ । ୨ ଜଣ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ପି ସୁବ୍ରତ ରାଓ ।

Advertisement

ନାରାୟଣ ବସ୍ତିରେ ଏକ ଦମ୍ପତ୍ତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗର ବିକୁଥିବା ଜାଣିବା ପରେ ଉକ୍ତ ଦମ୍ପତ୍ତିଙ୍କୁ ପଚରାଉଚର କରିଥିଲେ ସୁବ୍ରତ । ଏଥିରେ ଉତ୍ୟକ୍ତ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଉକ୍ତ ଦମ୍ପତ୍ତି ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ତଦନ୍ତ କରିବା ସହ କିଛି ଲୋକଙ୍କ ପଚରାଉଚରା କରିବାକୁ ନେଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!