ନାରାୟଣ ବସ୍ତିରେ ହତ୍ୟାକାଣ୍ଡ : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନା ଗିରଫ 

ଭୁବନେଶ୍ୱର -: ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଛି । ଗତ ଶୁକ୍ରବାର ରାତିରେ ସୁବ୍ରତ ରାଓଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । ୩ଜଣ ଯୁବକଙ୍କୁ ଗୋଡ଼େଇ ହାଣିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ।

Advertisement

ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଭୁବନେଶ୍ୱରର ୟୁନିଟ୍-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସୂଚନା ଅନୁସାରେ, ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୁବ୍ରତ ସମ୍ପୃକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ ।ଏଥିରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଲେଡି ଡନ୍, ତାଙ୍କ ସ୍ୱାମୀ ଓ କିଛି ସହଯୋଗୀ ଆକ୍ରମଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!