ତହସିଲଦାରଙ୍କ ମଦ ପ୍ରିତୀ, ଲାଞ୍ଚରେ ବ୍ଲେଣ୍ଡରସ ପ୍ରାଇଡ ବ୍ରାଣ୍ଡର ମଦ ମାଗିବାର ଭିଡିଓ ଭାଇରାଲ

ରାୟପୁର -: ଦାମୀ ମଦ ଦିଅ, ତୁମ କାମ କରିଦେବି । ଜଣେ ଚାଷୀଙ୍କୁ କିଛି ଏଭଳି ଲାଞ୍ଚ ମାଗୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଛତିଶଗଡର ବିଳାସପୁରର ମସ୍ତୁରୀ ତହସିଲ ତହସିଲଦାର ଜଣେ ଚାଷୀଙ୍କଠାରୁ ଲାଞ୍ଚରେ ଦାମୀ ବ୍ରାଣ୍ଡେଡ୍ ମଦ ମାଗିଥିଲେ । ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ମୁତାବକ ବିଳାସପୁର ଜିଲ୍ଲାର ମସ୍ତୁରୀ ତହସିଲ କାର୍ଯ୍ୟାଳୟର ତହସିଲଦାର ରମେଶ କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ତହସିଲଦାର କାମ କରିବା ବଦଳରେ ବିଦେଶୀ ମଦ ବ୍ଲେଣ୍ଡରସ ପ୍ରାଇଡ

Advertisement
ଆଣିବାକୁ କହୁଛନ୍ତି । ସୂଚନା ଅନୁଯାୟୀ ଚାଷୀ ତାଙ୍କ ଜମି ସହ ଜଡିତ ଏକ ସମସ୍ୟାର ସମାଧାନ କରିବାକୁ ତହସିଲଦାର ରମେଶ କୁମାରଙ୍କ ପାଖକୁ ଯାଇଥିଲେ । ସେଠାରେ ରମେଶ ଚାଷୀଙ୍କୁ କାମ ବଦଳରେ ବିଦେଶୀ ମଦର ମୂଲ୍ୟ ପଚାରିଥିଲେ ଏବଂ ଏହାକୁ ଆଣିବାକୁ କହିଥିଲେ । ତେବେ ଚାଷୀ ଜଣକ ଏହା ଆଣିବାକୁ ଅସମର୍ଥ ବୋଲି କହିବାରୁ ତହସିଲଦାର ତାଙ୍କୁ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିଲେ ।

ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଡକ୍ଟର ସାରାଂଶ ମିତର ରମେଶ କୁମାରଙ୍କୁ ନିଲମ୍ବନ କରିଛନ୍ତି ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ସରକାରୀ କର୍ମଚାରୀଙ୍କ ଆଚରଣ ଜନସାଧାରଣଙ୍କ ସ୍ୱାର୍ଥରେ ନଥାଏ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!