ନାଗ ମୃତ୍ୟୁର ପ୍ରତିଶୋଧ ପାଇଁ ୭ଥର କଲାଣି ଦଂଶନ …

ନୂଆଦିଲ୍ଲୀ -: ଆପଣ ପ୍ରାୟତଃ ସିନେମାରେ ଦେଖିଥିବେ ଯେ ଯଦି ଜଣେ ବ୍ୟକ୍ତି ନାଗକୁ ମାରିଦିଏ, ତେବେ ନଗୁଣୀ ସେହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଶାନ୍ତିରେ ବସି ରହି ନଥାଏ । ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଜଣେ ବ୍ୟକ୍ତି ଏପରି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ।

Advertisement

ରାମପୁର ଜିଲ୍ଲାର ଥାନା ସ୍ୱାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି କି, ନାଗ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନାଗୁଣୀ ତାଙ୍କୁ ୭ ଥର ଦଂଶନ କରିଛି । ବ୍ୟକ୍ତିଙ୍କ ଏହି ଆଶ୍ଚର୍ଯ୍ୟଜନକ ଦାବି ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବ୍ୟକ୍ତି ଜଣକ କହିଛନ୍ତି ଯେ ପ୍ରତ୍ୟେକ ଥର ସାପ କାମୁଡ଼ିବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନାକୁ ନେଇଯାଆନ୍ତି । ଆଉ ସେ ମୃତ୍ୟୁମୁଖରୁ ବଞ୍ଚି ଯାଇଥାଆନ୍ତି, କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି ।

ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କୁ ଘରୁ ବାହାରି କାମ କରିବାକୁ ଭୟ ଲାଗୁଛି । କେଉଁ ପରିସ୍ଥିତିରେ ସାପ ତାଙ୍କୁ ଆକ୍ରମଣ କରିବ ସେ ଭୟ ସବୁବେଳେ ରହୁଛି । ସ୍ୱାର ପୁଲିସ ଷ୍ଟେସନ ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତ ମୋହବ୍ୱତ ନଗରର ମିର୍ଜାପୁର ଗାଁର ବାସିନ୍ଦା ଏହସାନ ଅଲି କହିଛନ୍ତି ଯେ ସାତ ମାସ ପୂର୍ବେ ସେ ତାଙ୍କ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ସେ ଏକ ଯୁଗଳ ସାପ ଦେଖିଥିଲେ । ସେ ଏହି ଯୁଗଳ ସାପଙ୍କୁ ଏକ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଘଟଣାସ୍ଥଳରେ ନାଗର ମୃତ୍ୟୁ ହୋଇଯାଇଥିଲା । ଏହି ସମୟରେ ନାଗୁଣୀ ଆକ୍ରମଣରୁ ରକ୍ଷା ପାଇଯାଇଥିଲା ।

ଏହା ପରେ ସେ ତାଙ୍କ ଘରକୁ ଚାଲିଆସିଥିଲେ । ସେ କେବେ ଭାବି ନଥିଲେ ଯେ ସାପକୁ ମାରିବାର ପରିଣାମ ଏପରି ଭୋଗିବେ ବୋଲି । ଏହି ଘଟଣା ପରଠାରୁ ତାଙ୍କୁ କ୍ରମାଗତ ଭାବରେ ନାଗୁଣୀ ଆକ୍ରମଣ କରିଆସୁଛି । ପ୍ରଥମ ଆକ୍ରମଣ ନାଗୁଣୀ ୬ ମାସ ପୂର୍ବରୁ କରିଥିଲା । ଏହାରି ଭିତରେ ସେ ୭ଥର ସର୍ପ ଦଂଶନର ଶିକାର ହୋଇସାରିଛନ୍ତି । ସଠିକ ସମୟରେ ଚିକିତ୍ସା କରାଇ ନେଉଥିବାରୁ ବଞ୍ଚି ଯାଉଛନ୍ତି । କିନ୍ତୁ ଆଗକୁ କେଉଁ ପରିସ୍ଥିତିରେ କ’ଣ ଘଟିବ ସେ ଚିନ୍ତାରେ ରହୁଛନ୍ତି ଏହସାନ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!