ୱାସିଂଟନ -: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବାରୁ ଆମେରିକାକୁ ଧମକାଇଛି ରୁଷ । ଆମେରିକାର ଏହି କାର୍ଯ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ରୁଷ କହିଛି । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନେଭ କହିଛନ୍ତି ଯେ, ଆମେରିକା ପକ୍ଷରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଆମ ପାଇଁ ଗ୍ରହଣୀୟ ନୁହେଁ ।
ଆମେରିକା ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରୁ ବୋଲି ସେ ଦାବି କରିଛନ୍ତି । ରୁଷର ଏହି ଚିନ୍ତା ନେଇ ଆମେରିକା ସରକାରଙ୍କ ନିକଟକୁ ଏକ ଡିପ୍ଲୋମାଟିକ୍ ନୋଟ୍ (କୂଟନୈତିକ ପତ୍ର) ପ୍ରଦାନ କରାଯାଇଛି ଆଣ୍ଟୋନୋଭ କହିଛନ୍ତି । ରୁଷ ଆକ୍ରମଣର ପ୍ରତିରୋଧ କରିବାକୁ ଆମେରିକା ସରକାର ୟୁକ୍ରେନ ପାଇଁ ୮୦୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିଛି । ଏହି ସହାୟତା ମାଧ୍ୟମରେ ପେଣ୍ଟାଗନ୍ ପକ୍ଷରୁ ୟୁକ୍ରେନକୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି ଫିନିକ୍ସ ଘୋଷ୍ଟ ଡ୍ରୋନ ଓ ହାୱିତଜର ତୋପ । ଏହାଛଡ଼ା ଅତିରିକ୍ତଭାବେ ଆଉ ୭୧୩ ନିୟୁତ ଡଲାରର ସହାୟତା ପ୍ରଦାନ ପାଇଁ ଗତ ରବିବାର ଦିନ ଆମେରିକାର ପ୍ରତିରକ୍ଷା ସଚିବ ଘୋଷଣା କରିଛନ୍ତି ।
Discover more from bnslive.in
Subscribe to get the latest posts sent to your email.