ଭୁବନେଶ୍ୱର -: ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଜି ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ କରାଯାଉ ।
ଖରା ବଢୁଥିବାବେଳେ ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବିଛିନ୍ନ ବିଦ୍ୟୁତ ଯୋଗାଣ ହେଉ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦା ବଢିଛି । ପ୍ରବଳ ଖରା ଯୋଗୁଁ ବିଦ୍ୟୁତ ବ୍ୟବହାର ଚାହିଦା ୧୦ ପ୍ରତିଶତ ବଢିଛି । ବିଦ୍ୟୁତ ଯୋଗାଣ ନେଇ ଯାହା ସମସ୍ୟା ରହିଛି ତାହା ସାମୟିକ । ତେଣୁ ଦିନବେଳେ ବିଦ୍ୟୁତ ଯୋଗାଣରେ ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଥାଉ କି ଦିନକୁ ଦିନ ତାତି ବଢୁଥିବାବେଳେ ଗ୍ରାମାଞ୍ଚଳରେ ପାୱାରକଟ ସମସ୍ୟା ଦେଖିବାକୁ ମିଳିଛି । ରାଜ୍ୟରେ ଯେତେବେଳେ ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଆଉଟୁପାଉଟୁ ହେଉଛନ୍ତି, ସେତେବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ଚାଲିଛି । ପ୍ରତିଦିନ ବିଜୁଳି କାଟ୍ ହେଉଛି, ରାତିରେ ପରିସ୍ଥିତି ଆହୁରି ଖରାପ । ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଥିବାବେଳେ ଜଳ ଅଭାବରୁ ୩୦୦ ମେଗାୱାଟ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି । ସେଥିପାଇଁ ରାଜ୍ୟର କେତେକ ଅଞ୍ଚଳରେ ଦିନକୁ ଅସ୍ଥାୟୀ ଭାବେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ଆରମ୍ଭ ହେଉଛି ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଥିଲା । ଆଉ ଏହାକୁ ନେଇ ଆଜି ରାଜ୍ୟ ସରକାର ସମୀକ୍ଷା କରିଛନ୍ତି ।
Discover more from bnslive.in
Subscribe to get the latest posts sent to your email.