୩ଜଣଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା, ସୁବାସିନୀକୁ ମାରି ଫୋପାଡିଦେଲେ ସ୍ୱାମୀଙ୍କ ସାଙ୍ଗ

Creat A Revolution

ରାଇରଙ୍ଗପୁର -:

Advertisement
 ରାଇରଙ୍ଗପୁର ଦୁବୁଲବେଡା ସ୍କୁଲ ନିକଟରୁ ଉଦ୍ଧାର ଗଳିତ ମୃତ୍ୟଦେହ ଘଟଣାର ହେଲା ପର୍ଦାଫାସ। ମହିଳାଙ୍କ ପରିଚୟ ମିଳିବା ସହ ହତ୍ୟା କାଣ୍ଡର ମଧ୍ୟ ହୋଇଛି ଖୁଲାସା । ତ୍ରିକୋଣୀୟ ପ୍ରେମ ପାଇଁ ମହିଳାଙ୍କ ହତ୍ୟା କରିଥିବା  ସ୍ବିକାର କଲା ଅଭିଯୁକ୍ତ। ସୂଚନା ଅନୁଯାୟୀ ମେ ୧୮ରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଦୁବୁଲବେଡା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଅଜଣା ମହିଳାଙ୍କ ଗଳିତ ମୃତ୍ୟଦେହ ଉଦ୍ଧାର କରି ଘଟଣାର ଛାନ ଭିନ ଆରମ୍ଭ କରିଥିଲେ।

ପରେ ମହିଳା ଜଣଙ୍କ କଣ୍ଟାବଣୀ ଗ୍ରାମର ସୁବାସିନୀ ମାଝୀ ବୋଲି ଜଣାପଡ଼ିଥିଲା। ବିଧବା ମହିଳା ଜଣକ ଶ୍ରମିକ ଭାବେ କାମ କରୁଥିବା ବେଳେ  ସ୍ବାମୀଙ୍କ ସାଙ୍ଗ ବାଇଦାପୋଷିର ଦାସମାତ ମାଝୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ମହିଳା ଜଣକ ଅନ୍ଯ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା। ଗତ ମେ ୧୪ତାରିଖ ଦିନ ସ୍କୁଲ ନିକଟରେ ମହିଳାଙ୍କ ସହ ପ୍ରେମାଳାପ ଚାଲିଥିବା ବେଳେ ଅନ୍ଯ ଯୁବକଙ୍କ ସହ ମିଶିବା ନେଇ କଥା ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଯୁବକ ଜଣକ ଉତକ୍ଷିପ୍ତ ହୋଇ ପଥରରେ ଛେଚି ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।

ପ୍ରମାଣ ନଷ୍ଟ ପାଇଁ ପଥରକୁ ପୋଖରୀରେ ଫିଙ୍ଗି ଦେଇ ମହିଳାଙ୍କୁ ସ୍କୁଲ ନିକଟ ବୁଦାମୂଳେ ଲୁଚାଇଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । କିନ୍ତୁ ପୋଲିସ ପଞ୍ଝାରୁ ମୁକୁଳି ପାରିନଥିଲେ ।ପୋଲିସ ହତ୍ୟାକାରୀ ପ୍ରେମିକ ଦାସମାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର  ପ୍ରେସମିଟରେ ସୂଚନା ଦେଇଛନ୍ତି  ଏସଡ଼ିପିଓ ରତିକାନ୍ତ ଗିରି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights