କିସ କଲେ ଓଠ କାଟିଦେବି, ଶାହାରୁଖ ଖାନ୍‌ ତାଙ୍କ ଝିଅକୁ ନେଇ ଏମିତି କହିଲେ …

ନୂଆଦିଲ୍ଲୀ : ଶାହାରୁଖ ଖାନ୍‌ଙ୍କ ଅଲିଅଳି ଝିଅ ସୁହାନା ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶାହାରୁଖ ଖାନ୍‌ । ସୁହାନାଙ୍କ ଆଜି ଜନ୍ମ ଦିନ । ୨୨ ବର୍ଷରେ ପଦାର୍ପଣ କଲେ ସୁହାନା । ସାଧାରଣତଃ ସବୁ ପିତା ମାତା ତାଙ୍କର ଝିଅକୁ ନେଇ ସିରିୟସ ଥାଆନ୍ତି । ଶାହାରୁଖ ବି ସେଥିରୁ ଭିନ୍ନ ହେବେ କିପରି । ଆଜି ଝିଅ ସୁହାନାଙ୍କ ଜନ୍ମ ଦିନ ଅବସରରେ କିଛି ବର୍ଷ ପୂର୍ବରୁ ଶାହାରୁଖ କହିଥିବା କିଛି କଥା ମନେ ପଡୁଛି ।

Advertisement

‘କଫି ଓ୍ଵିଥ କରଣ ଶୋ’ରେ ଶାହାରୁଖ ଆଲିଆ ଭଟ୍ଟଙ୍କ ସହ ଯୋଗ ଦେଇଥିଲେ । ମସ୍ତି-ମଜାକ ମାହୋଲ ଚାଲିଥିବା ବେଳେ ଶାହାରୁଖଙ୍କୁ ଝିଅ ସୁହାନାଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଦେଲେ କରଣ । କରଣ ପଚାରିଲେ- ‘ଆପଣ ଝିଅକୁ ଏବେ ୧୬ ବର୍ଷ ହୋଇଗଲାଣି ।ଯଦି କିଏ ଆପଣଙ୍କ ଝିଅକୁ କିସ କରିଦେବ, ତାକୁ କ’ଣ ଆପଣ ମାରିଦେବେ ।’ କରଣଙ୍କ ପ୍ରଶ୍ନ ସମାପ୍ତ ନହେଉଣୁ ଶାହାରୁଖ କହିପକାଇଲେ –‘ ମୁଁ ତା’ର ଓଠ କାଟିଦେବି ।’ ଶାହାରୁଖଙ୍କ ଉତ୍ତର ଶୁଣି ଆଲିଆ ଓ କରଣ ତାଙ୍କର ହସ ରୋକି ପାରିନଥିଲେ ।

କିଙ୍ଗ ଖାନ୍‌ଙ୍କ ନେସନାଲ ଟିଭିରେ ଏହି ବୟାନକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ଚାଲିଥିଲା । ଏହି କଥାକୁ ନେଇ ଆଉ ଯିଏ ଯାହ ଭାବୁ ପଛେ ସୁହାନାଙ୍କ ବୟ ଫ୍ରେଣ୍ଡଙ୍କ ହୋସ ତ ନିଶ୍ଚୟ ଉଡିଥିବ । ଖୁବ ଶୀଘ୍ର ସୁହାନାଙ୍କ ଫିଲ୍ମ ‘ଦି ଆର୍ଚିଜ’ର ଟିଜର ମୁକ୍ତି ଲାଭ କରିଥିଲା । ଝିଅର ଟିଜର ରିଲିଜ ହେବା ପରେ ଶାହାରୁଖ ଏକ ସୁନ୍ଦର ପୋଷ୍ଟ କରିଥିଲେ । ତେବେ ଦେଖାଯାଉ ଝିଅର ଜନ୍ମ ଦିନରେ ଶାହାରୁଖ କ’ଣ ଲେଖୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!