ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ, ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ

ବେଗୁନିଆ -: ରାତିରେ ଖୋଜିଲା ପୋଲିସ ଆଉ ସକାଳୁ ସକାଳୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଏକ ଆମ୍ବ ଗଛରୁ ମିଳିଲା ମୃତଦେହ। ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଗୁନିଆ ବାଘମାରୀ ଥାନାର ଓସ୍ତପୁର ଗାଁରେ ଦେଖବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଓସ୍ତପୁର ଗାଁର ଗଣେଶ୍ଵର ସାହୁ ଜଣେ ମଦ୍ୟପ ପ୍ରକୃତିର ବ୍ୟକ୍ତି ଥିବା ବେଳେ ଗାଁରେ ମଦପିଇ କିଛି ଲୋକଙ୍କୁ ଗାଳିଗୁଲଜ କରିବା ନେଇ ବାଘମାରୀ ଥାନାରେ ଅଭିଯୋଗ ହୋଇଥିଲା । ଆଉ ବାଘମାରୀ ପୋଲିସ ଗତକାଲି ରାତିରେ ଗଣେଶ୍ଵରଙ୍କ ଘରେ ଖୋଜିଥିବା ବେଳେ ପାଇ ନ ଥିଲେ ହେଲେ ଆଜି ସକାଳୁ ଗଣେଶ୍ଵରଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ଏକ ଆମ୍ବଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଏ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ କେଉଁ କାରଣରୁ ଏପରି ଘଟିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!