ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର

ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି । କୁମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି ।

Advertisement
Kumar Purnima: Festivities Continue For Odia Girls With 'Chanda Chakata' &  'Puchi Khela' - odishabytes

ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି । ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି । ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି । ସେହିପରି ଆଜିି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ।

Laxmi-puja At Dhenkanal 2013 - truth2tell


ଚଳିତ ବର୍ଷ କୋଭିଡ କଟକଣା ଦୂର ହୋଇଥିବାରୁ ବହୁ ଧୁମଧାମରେ ଢେଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ ଆଡମ୍ବର ଭାବେ ପାଳନ କରାଯାଉଛି ମା’ଗଜଲକ୍ଷ୍ମୀଙ୍କ ପୂଜା । ଶ୍ରଦ୍ଧାଳୁଙ୍କର ଏଥର ଭିଡ ଲାଗିବା ସହ ଅଧିକ ସାଜସଜ୍ଜା ସଜେଇ ହୋଇଛି ଢେଙ୍କାନାଳ ଓ ଭୁବନେଶ୍ୱର । ପୂଜା ମଣ୍ଡ ସାଙ୍ଗକୁ ବିଭିନ୍ନ ଆଲୋକ ମାଳା ଏବେ ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!