ପାକିସ୍ତାନକୁ ଭୁଲ ମାଗିଲା ଭାରତ

ନୂଆଦିଲ୍ଲୀ -: ପାକିସ୍ତାନ ଦାବି ଉପରେ ପ୍ରତିକ୍ରିୟା ରଖିଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ । ଭୁଲବଶତଃ ପାକିସ୍ତାନରେ ମିସାଇଲ ପଡିଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ମିସାଇଲ ପାକିସ୍ତାନକୁ ପଡିଥିବା କହିଛି ମନ୍ତ୍ରଣାଳୟ । ତେବେ ଏହି ମିସାଇଲଟି ନିୟମିତ ମେଣ୍ଟେନାନ୍ସ ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଫାୟାର ହୋଇଥିଲା ଏବଂ ଏଥିରେ କୌଣସି ଯୁଦ୍ଧାସ୍ତ୍ର ନଥିଲା । ତେବେ ଏହା ପାକିସ୍ତାନ ସୀମାର ୧୨୪ କିମି ଦୂରରେ ପଡିଥିବା କୁହାଯାଇଛି ।

Advertisement


ସେହିପରି କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମିସାଇଲ ଭୁଲ ବଶତଃ ପାକିସ୍ତାନର ଏକ ଅଞ୍ଚଳରେ ପଡିଥିଲା । ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛି ଭାରତ । ଅନ୍ୟପଟେ ଏହି ମିସାଇଲ ମାଡ଼ରେ କୌଣସି ଲୋକ ମୃତାହତ କିମ୍ବା କ୍ଷୟକ୍ଷତି ହୋଇ ନଥିବା କହିଛି ମନ୍ତ୍ରଣାଳୟ । ତେବେ ପାକିସ୍ତାନ ଦାବି କରିଛି ଏହି ମିସାଇଲ ଏକ ସୁପରସୋନିକ ମିସାଇଲ ଥିଲା । ଏହା ୪୦ ହଜାର କିମି ଅଲଟିଚ୍ୟୁଡ୍ ରେ ଆସି ପଡିଥିବା ଦାବି କରିଛି ପାକିସ୍ତାନ । ଏହାସହିତ ଏହି ମିସାଇଲ ଘଣ୍ଟାପ୍ରତି ୩ ହଜାର କିମି ଦୂରତା ଅତିକ୍ରମ କରିପାରେ ବୋଲି କହୁଯାଇଛି । ତେବେ ଘଟଣାଟି ଗତ ୯ ତାରିଖରେ ଘଟିଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!