ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକରି ଚଞ୍ଚରା ଠାରେ ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅସ୍ଥାୟୀ ସଭାପତି ଭଦ୍ରେଶ୍ୱର ପତ୍ରଙ୍କ ଅଧ୍ୟକ୍ଷାତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ କାର୍ଯ୍ୟକଳାପ କେମେତି କରାଯିବ ସେ ବିଷୟରେ ଏଇରି ନସନ ଛିନ୍ଦା ବର୍ଣନା କରି ଥିଲେ। ଏହା ପରେ ନିର୍ମାଣାଧୀନ ଅନ୍ୟାନ କାର୍ଯ୍ୟର ସମୀକ୍ଷା କର ଯାଇଥିଲା। ଏବଂ ଜଙ୍ଗଲ ବହୁ ମାତ୍ରାରେ କଟୁ ଥିବାରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କର ଯିବାର ନିଷ୍ପତ୍ତି ନିଆଯାଇଥିଲା। ଉନ୍ନୟନ ସମତି ର ପୂଜକ ଦିଲୀପ ଯୋଶୀ ଓ ପ୍ରତାପ ପଣ୍ଡା ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରୀରାମ ନବମୀ ର ଲଗନ ଓ କାର୍ଯ୍ୟସୂଚୀ ସ୍ଥିର କରିଥିଲା। ଏହି ବୈଠକରେ ସମ୍ପାଦକ ନୀଳାମ୍ବର ନାଏକ, ସହ ସମ୍ପାଦକ ମଧୁବନ ପତ୍ର, ବରିଷ୍ଠ ସଦସ୍ୟ ଜୟଲାଲ ନାଏକ, ଯୁଗଳ କିଶୋର ହଂସ, ଚକାଡୋଳା ପତ୍ର, ଚିତ୍ରସେନ ପତ୍ର, ଯୋଗସନ ନାଏକ, ସହଦେବ ମଝି, ଭୀଷ୍ମ ଧ.ମଝି, ମହେନ୍ଦ୍ର ନାଏକ, ଜିତେନ୍ଦ୍ର ମଝି, ପବିତ୍ର ନାଏକ, ସହଦେବ ମଝି ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!