କେଶ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି। ଜୀବନଶୈଳୀ ଓ ପରିବେଶ ପ୍ରଦୂଷଣ ପାଇଁ ଏପରି ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି। ବିଶେଷକରି ରୂପି ସମସ୍ୟାକୁ ନେଇ ବହୁତ ଲୋକ ଚିନ୍ତିତ। ରୁପି ଯୋଗୁଁ ମୁଣ୍ଡ କୁଣ୍ଡାଇ ହୋଇଥାଏ, ଘାଆ ହୋଇଥାଏ ଓ କେଶ ଝଡିବା ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଏହି ସବୁ ଉପାୟ ଆପଣାଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
-ଯଦି ଆପଣ ରୂପି ସମସ୍ୟାରେ ଶିକାର ହୋଇଛନ୍ତି ତେବେ କେଶ ମୂଳରେ ଲେମ୍ବୁ ଓ କ୍ଷୀର ମିଶ୍ରଣ କରି ଘଷନ୍ତୁ ।
-କଞ୍ଚା ଅଣ୍ଡାକୁ କେଶ ମୂଳରେ ଲଗାନ୍ତୁ, ଏହା ଦ୍ୱାରା କେତେକାଂଶଷର ରୂପି କମି ଯାଇଥାଏ ।
-ଅଧିକ ରୂପି ହୋଇ ମୁଣ୍ଡ ଘା ହୋଇଯାଇଥିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
-ଏହି ସମୟରେ ଆଣ୍ଟିଫଙ୍ଗଲ ଶାମ୍ପୁ ବ୍ୟବହାର କରିବା ଉଚିତ୍ ।
-ଅତ୍ୟଧିକ ରୂପି ହୋଇଥିଲେ, ଦିନେ ଛାଡି ଦିନେ କେଶକୁ ଧୋଇବା ଆବଶ୍ୟକ ।
-ଓଦା କେଶକୁ ବାନ୍ଧିବା ଉଚିତ୍ ନୁହେଁ । ଓଦା କେଶକୁ ବାନ୍ଧିବା ଦ୍ୱାରା ରୂପି ଅଧିକ ମାତ୍ରାରେ ହେଇଥାଏ ।