ଘର ମାଲିକ ସାବଧାନ, ଆପଣ ଘର ଭଡାରେ ଦେଇଛନ୍ତି କି ?

ନୂଆଦିଲ୍ଲୀ (ବ୍ୟୁରୋ ନ୍ୟୁଜ)-: ଆପଣଙ୍କ ଘର ଭଡାରେ ଲଗାଇଛନ୍ତି କି ତେବେ ସାବଧାନ ହୋଇଯାଆନ୍ତୁ । ଆସନ୍ତୁ ଜାଣିବା ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ କଣ ରାଏ ଦେଇଛନ୍ତି ।

Advertisement

ଯଦି ଭଡାଟିଆ କୌଣସି କାରଣରୁ ଭଡା ଦେଇ ନପାରନ୍ତି ତେବେ ଏହାକୁ ଅପରାଧ ରୂପେ ଗଣତି କରାଯିବ ନାହିଁ । ଏଥିପାଇଁ ଆଇପିସିରେ କୌଣସି ଦଣ୍ଡ ନାହିଁ । ଏହା ବିରୋଧରେ ଆଇପିସି ଅନୁଯାୟୀ କୌଣସି ମାମଲା ବି କରାଯାଇପାରିବ ନାହିଁ । ସୁପ୍ରିମ କୋର୍ଟ ଏହି ଟିପ୍ପଣୀ ଘର ମାଲିକଙ୍କ ଦ୍ୱାରା ଭଡାଟିଆଙ୍କ ବିରୋଧରେ କରାଯାଇଥିବା ମାମଲାର ଶୁଣାଣି କରି କହିଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ଭଡ଼ା ଦେଇ ନଥିବା ଭଡାଟିଆଙ୍କୁ ଅପରାଧୀ ମାନି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ନାହିଁ । ଏହା ସହିତ କୋର୍ଟ ମାମଲାକୁ ଖାରଜ କରି ଦେଇଛନ୍ତି । ଏହି ମାମଲା ନିତୁ ସିଂହ ବନାମ ଉତ୍ତରପ୍ରଦେଶ ରାଜ୍ୟର ଯାଚିକା ସହିତ ଜଡିତ ହୋଇଛି, ଯେଉଁଥିରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀଙ୍କ ବେଞ୍ଚଶୁଣାଣି କରିଛନ୍ତି । ବେଞ୍ଚ୍ କହିଥିଲେ, ଆମ ଅନୁସାରେ ଏହା କୌଣସି ଅପରାଧ ନୁହେଁ ଯଦିଓ ଅଭିଯୋଗରେ ସତ୍ୟତା ଅଛି । ଭଡା ଦେଇ ନପାରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ କିନ୍ତୁ ଆଇପିସି ଅନୁଯାୟୀ ମାମଲା ଦାୟର ହୋଇ ନାହିଁ ।

ଏହି ମାମଲା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ପାଖରେ ଥିଲା କିନ୍ତୁ କୋର୍ଟ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ । ଭଡାଟିଆଙ୍କ ଅଧିକ ପରମାଣରେ ଅର୍ଥ ବାକି ରହିଛି । ଯେଉଁଥିପାଇଁ ଅଭିଯୋଗକାରୀ କୋର୍ଟରେ ମାମଲା କରିଥିଲେ । ମାମଲା ଶୁଣିବାପରେ ବେଞ୍ଚ୍ କହିଥିଲେ ଭଡାଟିଆ ସମ୍ପତ୍ତିକୁ ଖାଲି କରିଦେଇଛନ୍ତି, ତେଣୁ ଏହି ମାମଲାକୁ ‘ନାଗରିକ ଉପଚାର (ସିଭିଲ୍ ରେମେଡିଜ୍‌)’ ଅନୁସାରେ ଫଇସଲା କରାଯାଇପାରିବ । ଏଥିପାଇଁ କୋର୍ଟ ଅନୁମତି ଦେଇ ନଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!