ଜଗତର ନାଥ ଜଗନ୍ନାଥ ଭକ୍ତଙ୍କ ପାଇଁ ମିଳିଲା ଆଶ୍ୱସ୍ତି, ସରକାରଙ୍କ ତରଫରୁ ନିଆଗଲା ଏଭଳି ପଦକ୍ଷେପ

ପୁରୀ -: ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶା ସମେତ ଦୁରଦାରନ୍ତରରୁ ଆସୁଥିବା ଭକ୍ତଙ୍କୁ ଶେଷରେ ମିଳିଛି ଆଶ୍ୱସ୍ତି ।

Advertisement

ତାତିରୁ ରକ୍ଷା ପାଇଁ ଆଜି ମୁଣ୍ଡକୁ ଛତା ଓ ପାଦ ପାଇଁ କାରପେଟ୍ ପକାଇଛି ଜିଲ୍ଲା ପ୍ରଶାସନ । ଯେଉଁଥିପାଇଁ ଭକ୍ତମାନେ ମଙ୍ଗଳବାର ଭଲରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି । ତାତିରୁ ରକ୍ଷା ପାଇଁ ଛତା ତଳେ ଆଶ୍ରୟ ନେଇଛନ୍ତି । ସେପଟେ ତାତିରେ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ପାଇଁ ପାନୀୟ ଜଳର ବି ବ୍ୟବସ୍ଥା କରାଯାଇଛି ।

ଗତକାଲି ଡହଡହ ଖରାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦର୍ଶନ ପାଇଁ ସରକାରୀ ବ୍ୟବସ୍ଥାକୁ ଉପହାସ କରିଥିଲେ । ସେପଟେ ମୁଣ୍ଡ ଫଟା ଖରାରେ ବି ଭକ୍ତମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର ହୋଇ ଉଠିଛି । ଆଜି ଭକ୍ତଙ୍କ ପାଇଁ ମରିଚିକୋଟ ଛକରୁ ବାରିକେଡ୍‌ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଛତା ଲଗାଇଛି । ସେପଟେ ବାରିକେଡ୍ ଭିତରେ ପାଦ ତାତି ଯାଉଥିବାରୁ ତାତିରୁ ମୁକ୍ତି ପାଇଁ କାରପେଟ୍ ପକାଯାଇଛି । ଏହି ବ୍ୟବସ୍ଥା ପରେ ଭକ୍ତମାନେ ଖୁସିପ୍ରକଟ କରି ଫେରିଛନ୍ତି । ଆଜି ସଂଧ୍ୟାରେ ଏହାକୁ କାଢ଼ି ନିଆଯାଇଥିବାବେଳେ ଆସନ୍ତାକାଲି ଭକ୍ତ ଆସିବା ପୂର୍ବରୁ ପୁନର୍ବାର ଲଗାଇବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!