ପଦ୍ମପୁର ମହାସମର : ସତ୍ୟର ସନ୍ଧାନରେ ସତ୍ୟ, ହେଲେ ଅସତ୍ୟ ଏଠି ରାଜ୍ କରେ !!!

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ୱାଦିକ)

ସତ୍ୟଭୂଷଣ ସାହୁ । ନାଁ ଯେମିତି ତାଙ୍କ କାମ ମଧ୍ୟ ସେମିତି । ଚଳିତ ପଦ୍ମପୁର ଉପନିର୍ବାଚନ ରେ କଂଗ୍ରେସ ଦଳ ପକ୍ଷରୁ ସେ ଆଜି ତାଙ୍କ ସମର୍ଥକଙ୍କ ସହିତ ଆସି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅବଶ୍ୟ ସେ ଏଇ କିଛିଦିନ ତଳେ ଗୋଟିଏ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସାମ୍ନାରେ ତାଙ୍କ ପ୍ରତିକ୍ରିୟା ରେ ସେ କହିଥିଲେ ନିରାଟ ସତ୍ୟ କଥାଟିଏ । ବର୍ତ୍ତମାନ ସ୍ଥିତିରେ ମଧ୍ୟ ମୁଁ ଦୁହି ବିରୋଧିଦଳ ର ପ୍ରାର୍ଥୀଙ୍କୁ ଅକ୍ଲେଶରେ ହରାଇପାରିବି। ହେଲେ ମୋ ପାଖରେ ନା ଅଛି ଅର୍ଥବଳ ନା ଅଛି ବାହୁବଳ।ଆମ ସମୟର ରାଜନୀତିରେ ଏଭଳି ଘୋଡ଼ା ବେପାର ହେଉନଥିଲା। ଏହି ନିର୍ବାଚନ ମଣ୍ଡଳୀ ର ଭୋଟର ଙ୍କୁ ଦେଖିବାକୁ ଗଲେ ଏମାନେ ଏଇ ଘୋଡାଦୈାଡକୁ ବେଶ ପସନ୍ଦ କରୁଛନ୍ତି।ସେମାନେ ଜାଣିବା ଉଚିତ ଯେ ପାଞ୍ଚ ବର୍ଷରେ ଥରେ ଏଇ ନିର୍ବାଚନ ପର୍ବ ସାରା ଭାରତ ବର୍ଷରେ ଅନୁଷ୍ଠିତ ହୋଇଥାଏ । ନିଜନିଜ ମତଦାନ କୁ ସାବ୍ୟସ୍ତ କରିବାକୁ ଭୋଟର ମାନେ ଭୋଟ ଦେଇଥାନ୍ତି। କିନ୍ତୁ ଏଠି ସେଠି ସବୁଠି ପ୍ରଲୋଭନ,ମଦମାଂସରେ ଲୋକଙ୍କୁ ଆପ୍ୟାୟିତ ତଥା ଫମ୍ପା ପ୍ରତିଶ୍ରୃତିର ଶିକାର ହୋଇ ସେମାନଙ୍କ ପାଞ୍ଚ ବର୍ଷର ଅମୁଲ୍ୟ ମତଦାନ ଏକ ପ୍ରକାରର ବିକ୍ରି କରି ଦିଆଯାଉଛି ।ନିଜସ୍ୱ ମତ କିଛି ନାହିଁ ।

ଯେ ଯେତେଟଙ୍କା ଭୋଟର ମାନଙ୍କୁ ଦେଇ ନିଜ ଆଡକୁ ଟାଣି ପାରିବ ।ଏଇ ପ୍ରକ୍ରିୟା ପ୍ରମୁଖ ଦୁଇଟି ଦଳ ମଧ୍ୟରେ ଜବରଦସ୍ତ ପ୍ରତିଯୋଗିତା ଚାଲିଛି ।ହେଲେ ବର୍ତ୍ତମାନ ଦେଖିବାକୁ ଗଲେ କଂଗ୍ରେସ ସରକାର ଅମଳରେ ଯେତେ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏଇ ନିର୍ବାଚନ ମଣ୍ଡଳୀରେ ହୋଇଛି,ଦିର୍ଘ ୨୨ ବର୍ଷ କ୍ଷମତାରେ ଥାଇ ମଧ୍ୟ ସେମିତି ଆଖିଦୃଶିୟା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଜେଡି ବେଜେପି ଦଳ ସମୟରେ ହୋଇପାରିନି ।ଏଠାରେ ନାଁ ଅଛି ଆଶ୍ୱାସନା ର ଦ୍ୱାହି ର ଭୋଟ ନା ଅଛି ସ୍ୱାଭିମାନ ର ପ୍ରତୀକ ଭୋଟ ।ଏଠି ଲଢ଼େଇ ହେବ ରୋକଡା ଉପରେ।ଯେ ଯେତେ ଟଙ୍କା ଦେଇ ମଦମାଂସରେ ରେ ଭୋଟର ମାନଙ୍କୁ ସନ୍ତୋଷ୍ଟ କରିପାରିଲା ସେ ହିଁ ଜିଣିବ ଏଇ ଉପନିର୍ବାଚନ-୨୦୨୨ ।କଂଗ୍ରେସ ପାଖରେ ନାଁ ଅଛି ସମ୍ୱଳ ନାଁ ଅଛି ବାହୁବଳ ।ତଥାପି ଏଇ ଉପନିର୍ବାଚନ ରେ ପ୍ରାର୍ଥି ଭାବେ ଲୋକ ଙ୍କ ସତ୍ୟର ସେବକ ସତ୍ୟଭୂଷଣ ସାହୁ ପ୍ରାର୍ଥିତ୍ୱ ଦାଖଲ କରିଛନ୍ତି ।ଦେଖାଯାଉ ସତ୍ୟ ର ଜୟ ହେବ ନାଁ ଅସତ୍ୟର ଜୟ ହେବ,ନାଁ ଫମ୍ପାମାଠିଆର ଶବ୍ଦ ବେଶି ଭଳି ଲୋକେ ସେମାନଙ୍କୁ ଆପଣାଇବେ ।

ଆଜି ଜୟନ୍ତ ଥପ୍ପା ପ୍ରାରମ୍ଭେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ,ବିଜୁ ଜନତାଦଳ ର ପ୍ରାର୍ଥିନୀ ଶ୍ରୀମତି ବର୍ଷା ସିଂ ବରିହା ନାମାଙ୍କନ ପତ୍ର ଦାଖଲ କରିଥିଲେ।ପରେ କଂଗ୍ରେସ ଦଳ ର ତୁଙ୍ଗନେତା ତଥା ପୂର୍ବତନ ମୁଖ୍ୟ ସଚେତକ ଶ୍ରୀମାନ ସତ୍ୟଭୂଷଣ ସାହୁ ପ୍ରାର୍ଥୀପତ୍ର ଦାଖଲ ପରେ ଭାରତୀୟ ଜନତାଦଳର ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଶ୍ରୀମାନ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ,ସ୍ୱାଧିନ ପ୍ରାର୍ଥୀଭାବେ ୧୦ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସମୁଦାୟ ନିର୍ବାଚନ ମଇଦାନରେ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ପ୍ରକାଶ କରିଛନ୍ତି ।ଏଇ ନିର୍ବାଚନୀ ରଣାଙ୍ଗନା କିଏ କେମିତି କେଉଁ କୈାଶଳ ଅବଲମ୍ବନ କରି ବିଜୟଲାଭ କରିବ ତାହା ଦେଖିବାକୁ ବାକି ରହିଲା !

Advertisement

Leave a Reply

Your email address will not be published. Required fields are marked *

error: Content is protected !!