ଲେଖକ – ନିଲେଶ କୁମାର ଭୋଇ (ବଲାଙ୍ଗୀର) ତୁଷୁରା
Advertisement
ଛୋଟିଆ ଗାଁଟି ମୋର ନାମ
ଅଟେ ପ୍ରଧିଆପାଲି,
ଭୂଗୋଳ ପୃଷ୍ଠାରେ ଅତି ଶୀଘ୍ର
ଲିଭି ଯିବ ତା’ ନାମଟି ll
ଗଡ଼ ଶଙ୍କର ଡୁଙ୍ଗୁରିପାଲି ପାଖେ
ତାହା ଅବସ୍ଥିତ ଥିଲା,
ପ୍ରାକୁତିକ ପରିବେଶେ ସବୁଜ,
ଶ୍ୟାମଲା ଝଟତୁ ଥିଲା ll
କୁଆଡୁ ଆସିଲା ଏକ ଘୋର
ଅତି ବିପଦର ସମୟ,
ଜନ୍ମ ମାଟି ଲୀନ ହେବ ଜଳେ
ଲାଗେ ଲୁହ ଭରା ଅଥୟ ll
ଯେତେ ଟଙ୍କା ,ସୁନା ଗହଣା
ମାଟି ମାଁ ସଙ୍ଗେ ନୁହେଁ ସମାନ,
ଭାଇ, ବନ୍ଧୁ ସଖା ଦୂର ହେବେ
ହେ ! ବିଧାତା ଦେଲୁ କଷଣ ll
ଜମି,ବାଡ଼ି ଚାଷ ବିଲ କାହିଁ
ମିଳିବ ସ୍ଥାବର ସମ୍ପତି,
ଯେତେ ପାଉଣା ଦେଲେ ମଧ୍ୟ
ନୋହିବେ କେହି କୋଟିପତି ll
ପିତୃ ପୁରୁଷଙ୍କ ଶ୍ମଶାନ ପାଉଁଶ
ମୋ ନିର୍ଲଜ ଦେହରେ ବୋଲି,
ଖେଳୁ ଅଛି ଆଜି ମୁଇ ମାଟି ମାଁ
ସାଥେ ରକ୍ତ ସମ୍ପର୍କ ହୋଲି ll
କିଏ ବା ବୁଝି ପାରିବ ଆମ
ବିସ୍ଥାପିତଙ୍କ କରୁଣ ଦୁର୍ଦଶା,
କୌଳିକ ବୃତି ନାଶ ହେଲା
ଲାଗେ ମନେ ପ୍ରତି ହିଂସା ll
Advertisement