କାହା ସ୍ୱାର୍ଥରେ ମୋ ସରକାର, ନା… କେବଳ କାଗଜକଲମରେ !

Creat A Revolution

କୋକସରା -: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସରକାରୀ ସହାୟତା ଯୋଗଇବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା ଲାଗୁ କରିଛନ୍ତି । ବିଭିନ୍ନ ଅଭିଯୋଗ, ସମସ୍ୟା ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଏହା କରାଯାଇଥିବା ବେଳେ କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ କରାଯାଇଥିବା ‘ମୋ ସରକାର’ କକ୍ଷ କର୍ମଚାରୀଙ୍କ ଅବହେଳା କାରଣରୁ ଅଧିକାଂଶ ସମୟ ବନ୍ଦ ପଡିଥିବା ଦେଖିବାକୁ ମିଳୁଛି ।

Advertisement
Subscribe Now BNS Bhakti

ବ୍ଲକର ୨୨ ଗୋଟି ପଞ୍ଚାୟତରୁ ଲୋକେ ପ୍ରତିଦିନ ବିଭିନ୍ନ ସମସ୍ୟା, ଅଭିଯୋଗ ନେଇ ଏଠାକୁ ଆସିଥାନ୍ତି । ତେବେ ଏଠାରେ ଥିବା ମୋ ସରକାର କକ୍ଷ ଦିର୍ଘ ଦିନରୁ ଖୋଲା ଯାଉ ନ ଥିବାବେଳେ ସମସ୍ୟା, ଅଭିଯୋଗ ନେଇ ଆସୁଥିବା ଲୋକେ ଗୁହାରୀ ଜଣାଇ ନପାରି ନିରାଶରେ ଫେରୁଥିବା ବିଭିନ୍ନ ସମୟରେ ନଜରକୁ ଆସିଛି । କୋକସରା ବ୍ଲକରେ କରାଯାଇଥିବା ‘ମୋ ସରକାର’ କକ୍ଷ ଆରମ୍ଭରେ ନିୟମିତ କିଛି କର୍ମଚାରୀ ବସି ବିଭିନ୍ନ ସମସ୍ୟା, ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରୁଥିବା ଦେଖିବାକୁ ମିଲିଥିଲା ।

ଏବେ କିନ୍ତୁ ଏହି କକ୍ଷଟି କିଛି ମାସ ହେଲା ବନ୍ଦ ରହୁଥିବା ବେଳେ ଚୌକି ଜଗିବସିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଯେଉଁ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏହି ଯୋଜନା କରିଥିଲେ ତାହା ବାସ୍ତବରେ କେଇଟା ମାସ ଭିତରେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଲା ଯୋଗୁଁ ଏହି ଜନ ହିତକର ଯୋଜନା କୋକସରା ବ୍ଲକରେ ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନପାରି ପ୍ରହସନ ପାଲିଟିଛି । ବିରୋଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମୁହଁରେ ଗୋଟିଏ କଥା ‘ନବୀନ ବାବୁ ଜବାବ ମାଗୁଛି କୋକସରା ମାଟି’ । ଏନେଇ କୋକସରା ବିଡିଓ ମନିଷା ଦାସ ସମେତ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇଙ୍କ ମତାମତ ନେବାକୁ ବାରମ୍ବାର ଫୋନ୍ କରାଯାଇଥିଲେ ବି କଲ ନ ଉଠେଇବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights