ଚଳନ୍ତା ଗାଡ଼ିରୁ ଫିଲ୍ମ ଷ୍ଟାଇଲରେ ବାଇକ ଚାଳକ କରୁଛନ୍ତି ଲୁଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଚୋରି କରିବା ପାଇଁ ଆଜିକାଲି ଚୋରମାନେ ବିଭିନ୍ନ ତରିକା ଆପଣାଉଛନ୍ତି । ଏଭଳି ଅନେକ ଘଟଣା ପରଦା ପଛରେ ରହିଯାଉଛି । କିଛି କିଛି ରାସ୍ତାରେ ଯାଉଥରବା ଲୋକଙ୍କ କ୍ୟମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଭ଼ଳି ଏକ ଚୋରି ଘଟଣାର ଭିଡିଓ ସାମ୍ନାକୁ ଆସିଛି । କିଛି ଚୋର ଚୋରି କରିବା ପାଇଁ ଏମିତି କିଛି ପଦ୍ଧତି ଆପଣାଇ ଥାଆନ୍ତି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଜଣେ ଚୋର ଚୋରି କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

Advertisement

ଭିଡିଓରେ ଦେଖିବାକୁ ମିଳୁଛି, ଏକ ଗାଡି ପଛରେ କିଛି ସାମଗ୍ରୀ ଲଦା ହୋଇଛି । ଏହି ଗାଡ଼ିଟି ରାସ୍ତାରେ ଯାଉଛି । ଏହି ସମୟରେ ଗାଡ଼ି ପଛପଟେ ଏକ ବାଇକ ଆସୁଛି । ଏହି ବାଇକରେ ଦୁଇଜଣ ଲୋକ ଯାଉଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ବାଇକ୍ ଚଲାଉଥିବାବେଳେ ଆଉ ଜଣେ ସାମ୍ନାରେ ଯାଉଥିବା ଚଳନ୍ତା ଗାଡ଼ି ଉପରେ ଚଢ଼ି ଯାଉଛନ୍ତି । ଏହାପରେ ଗାଡ଼ିରୁ ସାମଗ୍ରୀ ବାହାର କରି ବାଇକ ଚାଳକଙ୍କୁ ଦେଉଥିବା ନଜରକୁ ଆସିଛି ।

ବର୍ତ୍ତମାନ ସୁଦ୍ଧା ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ । ତେବେ ଏହି ଭିଡିଓଟି ଭାରତର ବୋଲି ଜଣାପଡିଛି । ଭିଡିଓକୁ swami_୭୭୭୩ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ।ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏଥିସହିତ ୫୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!